www.samajalive.in
Sunday, December 7, 2025
23.1 C
Bhubaneswar

ସରକାର ଓ କୃଷକ ପ୍ରତିନିଧୀଙ୍କ ମଧ୍ୟରେ ଦଶମ ପର୍ୟ୍ୟାୟ ଆଲୋଚନା ଆଜି

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାର ଏବଂ ଆନ୍ଦୋଳନରତ କୃଷକ ପ୍ରତିନିଧୀଙ୍କ ମଧ୍ୟରେ ଦଶମ ପର୍ୟ୍ୟାୟ ଆଲୋଚନା ହେବ। ଗତକାଲି ଏହି ବୈଠକ ପାଇଁ ଦିନ ଧାର୍ୟ୍ୟ କରାଯାଇଥିଲା। କିନ୍ତୁ ପରେ ଏହାକୁ ଗୋଟିଏ ଦିନ ଲାଗି ସ୍ଥଗିତ ରଖାଯାଇଥିଲା । ଜାନୁଆରୀ ୧୫ରେ ଅନୁଷ୍ଠିତ ନବମ ପର୍ୟ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ ଯେ କୃଷକ ସଂଘ ଗୁଡିକ ନିଜ ମଧ୍ୟରେ ଅନେକ ଅନୌପଚାରିକ ଗୋଷ୍ଠୀ ଗଠନ କରି ସେମାନଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଏକ ଡ୍ରାଫ୍ଟ ପ୍ରଦାନ କରିବେ।
ପ୍ରବଳ ଥଣ୍ଡାରେ ବିରୋଧ କରୁଥିବା ଚାଷୀଙ୍କ ପାଇଁ ସରକାର ଚିନ୍ତିତ ବୋଲି ଶ୍ରୀ ତୋମାର କହିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ସକରାତ୍ମକ ମନୋଭାବ ସହ ଅଛନ୍ତି, ଫଳରେ ଶୀଘ୍ର ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ। ତେବେ ଆଜିର ଆଲୋଚନା ପରେ କୃଷକ ଆନ୍ଦୋଳନର ପରିସମାପ୍ତି ଘଟିବ ବୋଲି ଶ୍ରୀ ତୋମାର ଆଶା ପ୍ରକଟ କହିଛନ୍ତି ।

ଅନ୍ୟପକ୍ଷରେ ସୁପ୍ରିମ କୋର୍ଟ ନିଯୁକ୍ତ କରିଥିବା ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଗତକାଲି ଶେଷ ହୋଇଛି। ଆସନ୍ତାକାଲି କମିଟିର ପୁଣି ଏକ ବୈଠକ ଅନୁଷ୍ଠିତ ହେବ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories