www.samajalive.in
Wednesday, December 10, 2025
26.1 C
Bhubaneswar

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର

ଡେସ୍କ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଥିବା ବେଳେ ପ୍ରମୁଖ ରାଜନୈତିକ ଦଳର ଶୀର୍ଷ ନେତାମାନେ ସମଗ୍ର ଦେଶରେ ରାଲି ଓ ରୋଡ୍ ସୋ ଜରିଆରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି।ମେ’ ୭ ତାରିଖରେ ଏହି ପର୍ଯ୍ୟାୟରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୧ ହଜାର ୩୫୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ଏଡିଆର ଉପରେ ଜଷ୍ଟିସ ଦତ୍ତଙ୍କ ମନ୍ତବ୍ୟ ଅଯଥା ଓ ଆଶ୍ଚର୍ଯ୍ୟଜନକ – ପ୍ରଶାନ୍ତ ଭୂଷଣ

- Advertisement -

ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଲଗାଭିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ବେଳେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ କ୍ଷୁଦ୍ର କୃଷକମାନଙ୍କୁ ନିବେଶ ଖର୍ଚ୍ଚ ହ୍ରାସ କରିବା ଏବଂ କୃଷି ଜାତ ଦ୍ରବ୍ୟର ବଜାର ଖୋଲିବାରେ ସାହାଯ୍ୟ କରିଛନ୍ତି। ୧୦ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଆର୍ଥିକ ସହାୟତାରୁ ଉପକୃତ ହୋଇଥିବା ବେଳେ ଇନ୍ଧନରେ ଇଥାନଲ ମିଶାଇ କୃଷକମାନେ ୭୦ ହଜାର କୋଟି ଟଙ୍କା ରୋଜଗାର କରିଛନ୍ତି। ତାଙ୍କ ସରକାର ଦ୍ୱାରା ପାରିତ ଭାରତୀୟ ନ୍ୟାୟ ସଂହିତା ଆଇନ ଶୃଙ୍ଖଳାର ଉନ୍ନତ ପରିଚାଳନା ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି।

ବିଜେପି ଗଣତନ୍ତ୍ରକୁ ଦୁର୍ବଳ କରୁଛି – ଅଭିଷେକ ମନୁ ସିଂଘଭି

ବରିଷ୍ଠ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ କାସଗଞ୍ଜ ଜିଲ୍ଲାରେ ଏକ ରାଜନୈତିକ ରାଲିକୁ ସମ୍ବୋଧିତ କରିଛନ୍ତି। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇନଥିବାରୁ ସେ ବିରୋଧୀଙ୍କୁ ସମାଲୋଚନା କରିବା ସହ ବିଜେପି ଇସ୍ତାହାରରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବରେଲି ଜିଲ୍ଲାର ବଦାୟୁନ୍ ଏବଂ ଅଓଁଲା ଅଞ୍ଚଳରେ ରାଲିକୁ ସମ୍ବୋଧିତ କରିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମ୍ଭାଲ ଜିଲ୍ଲାରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ସେ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନରେ ୟୁପିବାସୀ ଦଳକୁ କଡ଼ା ଜବାବ ଦେଇଛନ୍ତି ଏବଂ ତାଙ୍କ ମେଣ୍ଟକୁ ଜନସାଧାରଣଙ୍କ ପ୍ରବଳ ସମର୍ଥନ ମିଳୁଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories