www.samajalive.in
Monday, December 8, 2025
27.1 C
Bhubaneswar

୨୩ରୁ ଭୁବନେଶ୍ବରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ; ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର: ଭୁବନେଶ୍ବରରେ ଅଗଷ୍ଟ ୨୩ ତାରିଖରୁ ଖୋଲିବ ସମସ୍ତ ଧର୍ମନୁଷ୍ଠାନ। କରୋନା କଟକଣା ସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ବିଏମ୍‌ସି ପକ୍ଷରୁ ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ତେବେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ କି ନାହିଁ ସେନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ।

ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ, ଦର୍ଶନ ପାଇଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ପାରିବେ, କିନ୍ତୁ ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରିପାରିବେ ନାହିଁ। ସେହିପରି ଭକ୍ତମାନେ ସାଙ୍ଗରେ ଭୋଗ ନେଇ ପାରିବେ ନାହିଁ। ସମସ୍ତ ମସ୍‌ଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ୱାର ମଧ୍ୟ ୨୩ ତାରିଖରୁ ଖୋଲିବ।

- Advertisement -

ମନ୍ଦିର, ମସ୍‌ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଭିତରକୁ ଏକାଥରକେ କେବଳ ସେତିକି ଭକ୍ତଙ୍କୁ ପ୍ରବେଶ ମିଳିବ ଯେପରିକି ସେମାନଙ୍କ ମଧ୍ୟରେ ସେଠାରେ ୬ ଫୁଟ୍ ଦୂରତା ରହିପାରିବ। କୌଣସି ସ୍ଥିତିରେ ଧର୍ମାନୁଷ୍ଠାନ ଭିତରେ ସାମାଜିକ ଦୂରତ୍ୱକୁ ଉଲ୍ଲଂଘନ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଏଥିସହ ଭକ୍ତମାନଙ୍କ ପାଇଁ ମାସ୍କ ପରିଧାନ ଅପରିହାର୍ଯ୍ୟ। ଅତି ବେଶିରେ ଗୋଟିଏ ଥରରେ ୨୫ ଜଣ ଭକ୍ତଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇପାରିବ।

ସେହିପରି ନୀତିକାନ୍ତି କରୁଥିବା ପୂଜକ ବା ସେବାୟତଙ୍କ ଆର୍‌ଟିପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିବା ସହ ସେ ଦୁଇ ଡୋଜ୍ ଟିକା ନେଇଥିବା ଆବଶ୍ୟକ। ଏ କଥା ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ। ସମସ୍ତ ପୂଜକ ଓ ସେବାୟତ ସର୍ବଦା ମାସ୍କ ପିନ୍ଧିବେ। ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ନିକଟରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରିବେ ଓ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ରଖିବେ।

ଧର୍ମାନୁଷ୍ଠାନ ପରିସରରେ ବା ଏହା ବାହାରେ କେହି ଛେପ ପକାଇ ପାରିବେ ନାହିଁ କି ପାନ, ଗୁଟ୍‌ଖା ଖାଇ ପାରିବେ ନାହିଁ। ଅସୁସ୍ଥ ଥିବା ଲୋକଙ୍କୁ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ ନ କରିବାକୁ କୁହାଯାଇଛି। ଏହା ସହିତ ବୃଦ୍ଧବୃଦ୍ଧା, ଗର୍ଭବତୀ ଓ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଧର୍ମାନୁଷ୍ଠାନ ନଆସିବାକୁ ପରାମର୍ଶ ଦିଆଯାଇଛି।

ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ମନ୍ଦିର ପ୍ରଶାସନ ଉପରେ ଛଡ଼ା ଯାଇଥିବା ବେଳେ ଏଥିପାଇଁ ମଧ୍ୟ ନିର୍ଦେଶାପଳୀ ଜାରି କରାଯାଇଛି। ଯଦି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ, ତା’ହେଲେ ଏକକାଳୀନ ଶହେରୁ ଅଧିକ ଭକ୍ତ ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories