ନାଶିକ୍: ମୃତ୍ୟୁର ଗୋଟିଏ ବର୍ଷ ପରେ ନବେ ଦଶକର ବହୁ ଚର୍ଚ୍ଚିତ ଜାଲ୍ ଷ୍ଟାମ୍ପ୍ ପେପର୍ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଅବ୍ଦୁଲ କରିମ ତେଲଗି ଦୋଷ ମୁକ୍ତ ହୋଇଛନ୍ତି। ମହାରାଷ୍ଟ୍ରର ଏକ କୋର୍ଟ ସୋମବାର ପ୍ରମାଣ ଅଭାବରୁ ଏହି ମାମଲାରେ ତେଲଗିଙ୍କ ସମେତ ଆଉ ୮ ଜଣଙ୍କୁ ଦୋଷ ମୁକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଅକ୍ଟୋବର ୨୭ରେ ବେଙ୍ଗାଲୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅବଦୁଲ କରିମ୍ ତେଲଗିଙ୍କ ମୃତ୍ୟୁ ଘଟିଥିଲା। ତେଲଗି ୧୯୯୨ରେ ଜାଲ ପାସପୋର୍ଟ ବ୍ୟବସାୟ ମାମଲାରେ ମୁମ୍ବଇ ପୁଲିସ୍ ଦ୍ୱାରା ଗିରଫ ହୋଇଥିଲେ। ତେଲଗି ନାମରେ ୧୧ଟି ରାଜ୍ୟରେ ବହୁ ମାମଲା ରୁଜୁ ହୋଇଥିଲା। ଏହାପରେ ୨୦୦୧ରେ ତାଙ୍କୁ ଏକାଧିକ ଜାଲ ଷ୍ଟାମ୍ପ ପେପର ବିକ୍ରି ମାମଲାରେ ରାଜସ୍ଥାନର ଆଜମେରରୁ ଗିରଫ କରାଯାଇଥିଲା। ଜାଲ ଷ୍ଟାମ୍ପ ପେପର କାରବାର ଯୋଗୁଁ ଭାରତ ସରକାରଙ୍କ ପ୍ରାୟ ୨୨ ହଜାର କୋଟି ଟଙ୍କା କ୍ଷତି ଘଟିଥିଲା। ଏହି ମାମଲାରେ ତାଙ୍କୁ ୩୦ ବର୍ଷ ଜେଲ ଦଣ୍ଡ ଓ ୨୦୨ କୋଟି ଟଙ୍କା ଜୋରିମାନା ହୋଇଥିଲା। ୨୦୦୭ରୁ ସେ ଜେଲ ଦଣ୍ଡ ଭୋଗିଥିଲେ। ୨୦୧୭ରେ ତାଙ୍କର ମୃତ୍ୟୁ ଘଟବା ପରେ ତାଙ୍କ ନାମରୁ ମାମଲା ଉଠାଇ ନିଆଯାଇଥିଲା। ପ୍ରର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରାଯାଇଛି।
ଜାଲ୍ ଷ୍ଟାମ୍ପ ପେପର ଦୁର୍ନୀତି ମାମଲା: ମୃତ୍ୟୁର ବର୍ଷେ ପରେ ଅବଦୁଲ କରିମ ଦୋଷମୁକ୍ତ
Popular Categories



