www.samajalive.in
Monday, December 15, 2025
24.1 C
Bhubaneswar

ବଢିପାରେ କେସିଆରଙ୍କ ମୁଣ୍ଡବ୍ୟଥା;୪ରାଜ୍ୟ ସହ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗର ସସ୍‍ପେନ୍ସ

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭାକୁ ଭଙ୍ଗ କରି କେ ଚନ୍ଦ୍ରଶେଖର ରାଓ ଆଗାମୀ ୪ଟି ରାଜ୍ୟର ନିର୍ବାଚନ ସହ ତେଲେଙ୍ଗାନାର ନିର୍ବାଚନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ କେସିଆରଙ୍କ ଏଭଳି ପ୍ରୟାସ ପରେ ମଧ୍ୟ ତେଲେଙ୍ଗାନା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ସସ୍‍ପେନ୍ସ ଜାରି ରହିଛି। ଚଳିତ ବର୍ଷ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ତାଲିକାରେ ତେଲେଙ୍ଗାନାକୁ ସାମିଲ କରିବା ଅଭିପ୍ରାୟ ନେଇ କେସିଆର ହଠାତ୍‍ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କ ନିକଟରେ ସୁପାରିସ କରିଛନ୍ତି।
ଶୁକ୍ରବାର ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷିରେ ନିର୍ବାଚନ ଆୟୋଗରେ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ ଆୟୋଗ ଓ.ପି ରାୱତ୍‍ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୧୯ ଲୋକସଭା ନିର୍ବାଚନ ସହିତ ହେବାକୁ ଥିଲା ବୋଲି ମନ୍ତବ୍ୟ ଦେଇଛନ୍ତି। ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବ। ତେବେ ତେଲେଙ୍ଗାନା ନିର୍ବାଚନକୁ ନେଇ ଆୟୋଗ ଅଦ୍ୟାବଧି କୌଣସି ପ୍ରସ୍ତୁତି କରି ନାହିଁ। ଏଥିପାଇଁ ରାଜ୍ୟର ରାଜନୈତିକ ସ୍ଥିତିର ତର୍ଜମା କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସୁପ୍ରିମ କୋର୍ଟର ନିର୍ଦେଶକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାକୁ ନିର୍ବାଚନ ଆୟୋଗ ଚିନ୍ତା କରୁଛି ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୂଚନା ଦେଇଛନ୍ତି।
ଅପରପକ୍ଷରେ କେସିଆର ବିଧାନସଭା ଭଙ୍ଗ କରିବା ସହ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ବିଧାନସଭା ନିର୍ବାଚନ ପାଇଁ ୧୦୫ଜଣ ପ୍ରାର୍ଥୀଙ୍କ ନାମ ମଧ୍ୟ କେସିଆର ଘୋଷଣା କରିବା ସହ ନିର୍ବାଚନ ପ୍ରଚାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। କେସିଆରଙ୍କ ଏଭଳି ରଣନୀତି କେବଳ ବିରୋଧୀଙ୍କୁ ବିଚଳିତ କରି ନାହିଁ ବରଂ ନିର୍ବାଚନ କମିଶନଙ୍କୁ ମଧ୍ୟ ଆଚମ୍ବିତ କରିଛି। କମିଶନ ଚଳିତ ବର୍ଷ ୪ଟି ରାଜ୍ୟରେ ନିର୍ବାଚନ କରିବାର ପ୍ରସ୍ତୁତି କରୁଥିବାବେଳେ ହଠାତ୍‍ ତେଲେଙ୍ଗାନା ନିର୍ବାଚନ ତାଲିକାରେ ନିଜକୁ ସାମିଲ କରିବାର ପ୍ରୟାସ କରିଛି। ଏଭଳି ପରିସ୍ଥିତିରେ ପ୍ରମୁଖ ବିରୋଧୀ କଂଗ୍ରେସ ଓ ବିଜେପି ଉକ୍ତ ରାଜ୍ୟରେ ପ୍ରଚାର ତ’ ଦୂର ଶୀର୍ଷ ନେତା କିଏ ହେବ ଏହାର ଘୋଷଣା ମଧ୍ୟ କରି ନାହାନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନ ହେଲେ କେସିଆର ପୁଣି ଥରେ ବିଜୟୀ ହେବାର ସମ୍ଭାବନା ବେଶ୍‍ ସ୍ପଷ୍ଟ। କାରଣ ରାଜ୍ୟରେ କେସିଆରଙ୍କ ସମକକ୍ଷ କୌଣସି ନେତା ବିରୋଧୀଙ୍କ ପାଖରେ ନାହିଁ।
ଯଦି ୨୦୧୯ ଲୋକସଭା ନିର୍ବାଚନ ସହ ତେଲେଙ୍ଗାନାର ନିର୍ବାଚନ ହୋଇଥାନ୍ତା ତେବେ ରାଜ୍ୟରେ ରାହୁଲ ଗାନ୍ଧି ଅଥବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରବାହ ମତଦାନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କେସିଆର ବିଧାନସଭାକୁ ଭଙ୍ଗ କରି ଦେଇଥିଲେ ମଧ୍ୟ ତେଲେଙ୍ଗାନା ନିର୍ବାଚନକୁ ନେଇ ଆଗାମୀ ଦିନରେ ନିର୍ବାଚନ ଆୟୋଗ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହେବାର ସମ୍ଭାବନା କେସିଆରଙ୍କ ଆଶାକୁ ଧୂଳିସାତ୍‍ କରିବାର ସମ୍ଭାବନା ରହିଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories