ନଦୀବନ୍ଧ ବୁଡି ଜନବସତି ଆଡକୁ ମୁହାଁଇଛି ବନ୍ୟାଜଳ

0

.-ଆରଡି-ମତୋ ରାସ୍ତା  ସତସଂଘ ଘୋଷରାରେ ୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ

.-୮ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ!

.-ଆଖଣ୍ଡଳମଣି-ଯାଜପୁର ରାସ୍ତା ବିଛିନ୍ନ ହେବା ଆଶଙ୍କା!

.-ଶତାଧିକ ହେକ୍ଟର ଚାଷଜମିରେ ଲହଡି ମାରୁଛି ବନ୍ୟାଜଳ

.-ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର ; ଉପୁଡିଲା ଶହଶହ ବର୍ଷର ଗଛ

ଆରଡି: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକିଛିଦିନ ତଳେ ବୈତରଣୀ ନଦୀରେ ଆସିଥିବା ଦ୍ୱୀତିୟ ବନ୍ୟାଜଳ ଠିକ ଭାବେ ନିଷ୍କାସିତ ହୋଇନଥିବା ବେଳେ ପୁର୍ନବାର ଦେଖା ଦେଇଥିବା ବନ୍ୟା ଯୋଗୁଁ ଉଭୟ ନଦୀର ଜଳସ୍ତର ବିପଦ ସଂକେତ ଠାରୁ ପ୍ରାୟ ୨ଫୁଟ ଉଚ୍ଚରେ  ପ୍ରବାହିତ ହେଉଛି। ଫଳରେ ବୈତରଣୀ ନଦୀର ବୋଡକ ଓ ସାଠିବାଙ୍କୁଡା ଠାରେ ନଦବନ୍ଧକୁ ଉଲଂଘନ କରି ବନ୍ୟାଜଳ ଜନବସତି ଆଡକୁ ମାଡିବାରେ ଲାଗିଛି। ବିଶେଷକରି ନଦୀ ସହ ସଂଯୋଗ କରୁଥିବା ବିଭିନ୍ନ ନଈଯୋର ଓ ମାହାରା ଦେଇ ବନ୍ୟାଜଳ ପ୍ରବେଶ କରୁଥିବାରୁ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହାଇ ପଡିଛି। ସେହିପରି ଆରଡି-ମତୋ ରସ୍ାତର ସଂତସଂଘ ଘୋଷରା ନିକଟରେ ୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଭୁଇଁପୁର, ପାଲଟପୁର, କୋଇଲିଖା, ନାନ୍ଦପୁର, ବାଙ୍କମୁଆଁ, ବଡତଳ, ଚମ୍ପାସାହି ଆଦି ପାଖାପାଖି ୮ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଥିବାରୁ ଲୋକମାନଙ୍କ ଯାତାୟତ ଠପ ହୋଇଯାଇଛି। ସେହିପରି ଶୀତଳପୁର ଓ ପାଲଟପୁରରେ ନଦୀବନ୍ଧ କିଛିବର୍ଷ ହେବ ନଦୀଗର୍ଭରେ ଲିନ୍ନ ହୋଇଥିବାରୁ ଉଭୟ ଗାଁରେ ସାଳନ୍ଦୀ ନଦୀର ଜଳ ଗାଁ ଦାଣ୍ଡରେ ଲହଡି ମାରୁଛିୁ। ଏପରିକି ନଦୀକୂଳରେ ବସବାସ କରୁଥିବା ୧୦/୧୫ ପରିବାର ଅନ୍ୟତ୍ର ମୁଣ୍ଡ ଗୁଞିଛନ୍ତି। ବୈତରଣୀ ନଦୀର ସାଠିବାଙ୍କୁଡା, ବାଲିଘାଇ ଓ ଦୋହରାପାଟଣା ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୃବଳ ଥିବାରୁ ଘାଇ ହେବାର ଆଶଙ୍କା  ଦେଖା ଦେଇଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ଗତ ଗୁରୁବାର ମଧ୍ୟରାତ୍ରରୁ ନଦୀବନ୍ଧକୁ ଜଗି ରହିଥିବା ୩ଖଣ୍ଡ ଗାଁର ଲୋକମାନେ ପ୍ରକାଶ କରିଛନ୍ତି। ଯଦି ଏହି ସ୍ଥାନ ଗୁଡିକରେ ଘାଇ ସୃଷ୍ଟି ହୁଏ ତାହାଲେ ୪ଟି ପଞ୍ଚାୟତରେ ପାଖାପାଖି ୨୪ଖଣ୍ଡ ପ୍ରବାହିତ ହେବା ସହିତ  ହଜାର-ହଜାର ହେକ୍ଟର ସାରଦ ଧାନଚାଷକୁ ବନ୍ୟା  ଧୋଇ ନେବ ବୋଲି ପ୍ରକାଶ କରିଛନ୍ତି। ଉଭୟ ନଦୀରେ ଶୁକ୍ରବାର ଅପରାହ୍ଣ ସୁଧା ଜଳସ୍ତର ଦୃତଗତିରେ ବୃଦ୍ଧି ପାଉଥିବା ବେଳେ ଆଗକୁ ଅମାବାସ୍ୟା ଥିବାରୁ  ସମୁଦ୍ରରରୁ ଆସୁଥିବା ଜୁଆରଢେଉ ବନ୍ୟାଜଳକୁ ଦୁଇଗୁଣିତ କରିଥିବାରୁ ନଦୀବନ୍ଧ ବୁଡି ଆକଣ୍ଡଳମଣି-ଯାଜପୁର ରାସ୍ତାର ଅନେକ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି। ବୈତରଣୀର ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ସଂଧ୍ୟାସୁଧା  ଯଦି ବୃଦ୍ଧି ପାଏ ତାହାଲେ ଉଭୟ ପର୍ଯ୍ୟଟନସ୍ଥଳ ମଧ୍ୟରେ ଯାତାୟତ ଠପ୍ ହୋଇଯିବ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଗତ ୩ଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷାରେ ସୁନ୍ଦରପୁର, କୁଳେଇପଦା ଓ ଆରଡିରେ ପ୍ରାୟ ୪/୫ କଚାଘର ଭୁଷୁଡି ପଡିବା ଫଳରେ ହଜାର-ହଜାର ଟଙ୍କାର ଆସବାପତ୍ର କ୍ଷତି ଘଟିଛି। ତାହାସହ ଆଖଣ୍ଡଳମଣି-ଭଦ୍ରକ ରାସ୍ତର ଶହଶହ ବର୍ଷ ଗଛ ଉପୁଡି ପଡିବା ଦ୍ୱାରା ବିଭିନ୍ନ ସ୍ଥାନରେ ଯାତାୟତ ଠପ୍ ହୋଇଯିବା ସହିତ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଥିଲା। ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ଗଛ ଗୁଡିକୁ ରାସ୍ତାରୁ ହଟା ଯିବା ପରେ ଯାତାୟତର ସ୍ୱଭାବିକ ପରିସ୍ଥିତ ଆସିବା ସହ ବିଦ୍ୟୁତ ଠିକ କରାଯାଇଥିଲା।

Leave A Reply