ଗୋଲାପି ଟେଷ୍ଟରେ ଶ୍ରୀଲଙ୍କା ପାଇଁ ଟାର୍ଗେଟ ୪୪୭ରନ

ବେଙ୍ଗାଲୁରୁ: ଗୋଲାପି ଟେଷ୍ଟରେ ଶ୍ରୀଲଙ୍କା ପାଇଁ ଟାର୍ଗେଟ ୪୪୭ରନ। ୩୦୩/୯ରେ ଦ୍ବିତୀୟ ଇନିଂସ ଘୋଷଣା କଲା ଭାରତ। ଋଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ଯୋଗୁ ସ୍ଥିତି ମଜଭୁତ ହୋଇଛି। ଦ୍ବିତୀୟ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୨୮/୧ ରହିଛି।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମାତ୍ର ୧୦୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିବା ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଏହି ଟାର୍ଗେଟ୍ ପୂରଣ କରିବା ଭ୍ରମଣକାରୀ ଦଳ ପାଇଁ ଅସମ୍ଭବ ପ୍ରାୟ ଲାଗୁଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨୮ ରନ୍‌ କରି ଗୋଟିଏ ୱିକେଟ୍ ହରାଇ ଦେଇଛି।

Comments are closed.