www.samajalive.in
Monday, December 15, 2025
24.1 C
Bhubaneswar

ବେସନ ଭେଜିଟେବୁଲ ଉପମା

ଆବଶ୍ୟକ ସାମଗ୍ରୀ
ସୁଜି – ୨କପ
ବେସନ – ୧ କପ
ଦହି – ୧କପ
କଟା ପିଆଜ – ୧ଟି
କଟା କ୍ୟାପସିକମ – ୧ଟି
କଟା ଗାଜର – ଅଳ୍ପ
କଟା ଟମାଟୋ – ୧ଟି
କଟା ଧନିଆ ପତ୍ର – ଅଳ୍ପ
ଶୁଖିଲା ଲଙ୍କା – ୧ଟି
ସୋରିଷ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ସୁଜି , ବେସନ , ଗୋଲମରିଚ ଗୁଣ୍ଡ , ଗାଜର, କ୍ୟାପସିକମ, ଟମାଟୋ,ପିଆଜ,ଶୁଖିଲା ଲଙ୍କାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଭଲ ଭାବେ ଗୋଳାଇବା ପରେ ଏଥିରେ ଲୁଣ, କଟା ଧନିଆ ପତ୍ର , ଦହି ଗୋଳାଇ ୨୦ ମିନିଟ ପାଇଁ ଏହି ମିଶ୍ରଣକୁ ଘୋଡ଼ାଇ ରଖନ୍ତୁ। ଏହା ପରେ ଗ୍ୟାସରେ ଏକ ଡ଼ଙ୍କିରେ ତେଲ ଗରମ କରି ସେଥିରେ ସୋରିଷ ପକାଇ ଘୋଡ଼ାଇ ରଖିଥିବା ମିଶ୍ରଣରେ ଏହାକୁ ପକାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମିଶ୍ରଣକୁ ପିଠା ଆକୃତିର କଡ଼େଇରେ କରନ୍ତୁ। ଏହାର ଉଭୟ ପାଶ୍ୱର୍କୁ ଭଲ ଭାବେ ଓଲଟାଇ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories