www.samajalive.in
Sunday, December 7, 2025
23.1 C
Bhubaneswar

ହରିଆଲୀ ଆଳୁ ଟିକ୍କୀ

ଆବଶ୍ୟକ ସାମଗ୍ରୀ
ସିଝା ଆଳୁ – ୪ଟି
କଟା ପିଆଜ – ୧ଟି
କଟା ସିମଲା ଲଙ୍କା – ୧ଟି
ଚଟଣି ପାଇଁ –
ଧନିଆ ପତ୍ର – ୧କପ
ପୁଦିନା ପତ୍ର – ୧କପ ରୁ କମ
ରସୁଣ – ୨ରୁ ୩ଟି
କଞ୍ଚା ଲଙ୍କା – ୩ଟି
କଟା ଅଦା – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ୧ଚାମଚ
ବେସନ – ୧ଚାମଚ
ପାଣି – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱାରେ ବେସନ ପକାଇ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଧନିଆପତ୍ର, ପୁଦିନା ପତ୍ର, ଅଦା, ରସୁଣ, ଜିରା ଗୁଣ୍ଡ,କଞ୍ଚା ଲଙ୍କା, ଲୁଣ ପକାଇ ପେଷି ଦିଅନ୍ତୁ। ପେଷିବା ପରେ ଏଥିରେ ବେସନ, ଅଳ୍ପ ପାଣି, ଲେମ୍ବୁ ରସ ପକାଇ ଭଲ ଭାବେ ଆଉ ଥରେ ପେଷି ଏହି ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଚକଟି ଥିବା ଆଳୁରେ ଏହି ମିଶ୍ରଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଏଥିରେ କଟା ପିଆଜ, ସିମଲା ଲଙ୍କା ପକାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ପୁଣି ତାୱା ଗରମ କରି ଅଳ୍ପ ତେଲ ପକାନ୍ତୁ। ଚକଟି ଥିବା ଆଳୁକୁ ହାତରେ ବରା ଆକୃତିର କରି ତେଲରେ ପକାଇ ଭଲ ଭାବେ ତା ଚାରିପଟେ ତେଲ ପକାଇ ସେକନ୍ତୁ। ଦୁଇ ପଟକୁ ପିଠା ଭଳି ସେକିବା ପରେ ଏକ ପାତ୍ରକୁ କାଢି, ଏହା ଉପରେ ଚାର୍ଟ ମସଲା, ପିଆଜ, ସରୁ ସେଉ, ଧନିଆ ପତ୍ର, ଚଟଣି ପକାଇ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories