ତାଲିବାନ ଆକ୍ରମଣରେ ୧୧ ଆଫଗାନି ସୈନିକ ମୃତ

0

କାବୁଲ୍‌ : ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୧୧ ଆଫଗାନି ସୈନିକ ପ୍ରାଣ ହରାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ତାଲିବାନ ଆତଙ୍କବାଦୀମାନେ ଏକ ଚେକ୍‌ ପୋଷ୍ଟରେ କାର୍ଯ୍ୟରତ ସୈନିକଙ୍କୁ ନିଶାଣ କରି ଆକ୍ରମଣ କରିଥିଲେ। ସାରି ପୁଲ ପ୍ରଦେଶ ଗଭର୍ଣ୍ଣରଙ୍କ ମୁଖପାତ୍ର କହିଛନ୍ତି ଯେ ନିହତଙ୍କ ମଧ୍ୟରେ ଜଣେ ସ୍ଥାନୀୟ କମାଣ୍ଡର ରହଛନ୍ତି। ଏହି ଆକ୍ରମଣ ପାଇଁ ତାଲିବାନମାନେ ନିଜକୁ ଦାୟୀ କରି ନଥିଲେ ମଧ୍ୟରେ ସରକାର ଏଥିପାଇଁ ତାଲିବାନଙ୍କୁ ଦାୟୀ କରିଛନ୍ତି।

Leave A Reply