www.samajalive.in
Monday, December 15, 2025
24.1 C
Bhubaneswar

ତାଳଧ୍ୱଜ ରଥର ସମ୍ପୂର୍ଣ୍ଣ ବର୍ଣ୍ଣନା

ଶ୍ରୀବଳଭଦ୍ରଙ୍କ ରଥ: ତାଳଧ୍ବଜ
ରଥର ଅନ୍ୟ ନାମ- ଲଙ୍ଗଳଧ୍ବଜ ବା ହଳଧ୍ବଜ
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୩୧
ରଥର ଉଚ୍ଚତା- ୪୫ ଫୁଟ୍(ପୂର୍ବ ଉଚ୍ଚତା ୨୨ ହାତ)
ରଥର ଚକ ସଂଖ୍ୟା- ୧୪
ରଥର ଆବରଣ- ରକ୍ତ ଓ ନୀଳବର୍ଣ୍ଣ
ରଥର ଅଧିଶ୍ବର ଦେବତା- ଶ୍ରୀବଳଭଦ୍ର, ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ
ରଥର ଆୟୁଧ- ହଳ ଓ ମୂଷଳ
ସାରଥିର ନାମ- ମାଳତୀ
ରଥ ରକ୍ଷକ- ବାସୁଦେବ ଓ ଭାସ୍କର
ରଥ ଦଉଡିର ନାମ- ବାସୁକୀ
ରଥ ଦେବୀ- ଜୟଦୁର୍ଗା
ରଥ ଭୈରବ- କ୍ଷେତ୍ରପାଳ
ରଥ ଶିରରେ- ଅନନ୍ତ ନାଗ
ରଥର ଅଶ୍ବ- ୪(ଶଙ୍ଖ, ସୁଚିତ୍ରା, ଅଙ୍ଗଦ ମେଘନାଦ)(ମତାନ୍ତରେ ସ୍ଥିରା, ଧୃତି, ସ୍ଥିତି ଓ ପ୍ରଜ୍ଞା)ଏମାନଙ୍କର ବର୍ଣ୍ଣ କୃଷ୍ଣ ବା କଳା ଅଟେ।
ରଥ ଗନ୍ଧର୍ବ- ହୁ, ହୁ
ରଥ ନେତର ନମ- ଉନ୍ମନି
ରଥର ଦ୍ବାରପାଳ- ନନ୍ଦ ଓ ସୁନନ୍ଦ
ରଥର ଋଷି ପଟାରେ- ଅଙ୍ଗିରା, ପୌଲସ୍ତ୍ୟ, ପୁଲହ, ଅଗସ୍ତି, କୃଷ୍ଣ, ମୁଦ୍ଗଲ, ଅତ୍ରେୟ ଓ କାଶ୍ୟପ
ରଥ ଦଧିନଉତିର ନାମ- ଭୁବନ କୋଷ
ରଥ ମୁର୍ଦ୍ଧାରେ- କେତୁ ଭଦ୍ରା
ରଥର ଚର ଦେବତା- ବ୍ରହ୍ମା ଓ ଶିବ
ରଥ ଚାରଣ- ମହାସିଦ୍ଧ ଓ ଉଲେମୀ
ରଥ ଗର୍ଭାଧୀଶ୍ବର ଅଷ୍ଟ ଶକ୍ତି- ତୁଙ୍ଗୀ, ତୁଙ୍ଗ ଭଦ୍ରା, ପ୍ରଭା, ସୁପ୍ରଭା,ଧାତ୍ରୀ, ବିଧାତ୍ରୀ ନନ୍ଦା, ସୁନନ୍ଦା
ରଥର ଭଦ୍ରପୀଠ- ଅଷ୍ଟଦଳ ପଦ୍ମ
ରଥର ଶୂନ୍ୟ ଚକ୍ରର ନାମ- କାଳ ସଂହାର
ଦଧିନଉତି ଉପରିସ୍ଥ କଳସତ୍ରୟ- ଚନ୍ଦ୍ର, ସୂର୍ଯ୍ୟ ଓ ବିଦ୍ୟୁତ୍
ରଥ ରତ୍ନ- ମର୍କତ
ରଥର ଶୁକ ଯୁଗଳ(ଶୁଆ) ନାମ- ଶ୍ରଦ୍ଧା ଓ ବିଶ୍ବାସ
ରଥ ପୀଠ- ମେରୁ କୈଳାସ
ରଥରେ ବ୍ୟବହୃତ ଚନ୍ଦ୍ରାତପ- କନକ ମେଖଳା
ରଥାଧୀପ- ବୃହତ ନାସ
ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରାନୁପଦ୍ଧତିରେ ଗଠିତ ଏହି ରଥ ଦର୍ଶନରେ ସର୍ବ ବିଘ୍ନନାଶ ହୁଏ ବୋଲି ବିଶ୍ବାସ ରହିଛି।

ତଥ୍ୟ- ହିମାଶୁଂ ସାମଲ

ଆଲେଖ୍ୟ- ବୈଜୟନ୍ତୀ ନାୟକ

ଫଟୋ ସମ୍ପାଦନା- ଜିତ୍‌ ପଟ୍ଟନାୟକ

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories