ଡଙ୍ଗା ବୁଡ଼ି ୧୦ ନିଖୋଜ

0

ଅମରାବତି: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲା ଦେଇ ପ୍ରବାହିତ ହେଉଥିବା ଗୌତମୀ ନଦୀରେ ଶନିବାର ଅପରାହ୍ନରେ ଏକ ଡ଼ଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଏହି ଡଙ୍ଗାରେ ୪୦ ଜଣ ଲୋକ ଯାତ୍ରା କରୁଥିଲେ। ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଥିଲେ। ସ୍କୁଲ ସାରି ଘରକୁ ଫେରୁଥିବାବେଳେ ଛାତ୍ରଛାତ୍ରୀମାନେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଗୌତମୀ ନଦୀର ପ୍ରଖର ସ୍ରୋତରେ ଡଙ୍ଗା ଭାସିଯାଇ ଏକ ପୋଲର ପିଲରରେ ପିଟି ହୋଇ ଓଲଟି ପଡିଥିଲା। କିଛି ଲୋକ ପହଁରି ପହଁରି କୂଳରେ ପହଞ୍ଚିଥିଲେ। ସ୍ଥାନୀୟ କିଛି ଲୋକ ନଦୀରୁ କିଛି ପିଲାଙ୍କୁ ଉଦ୍ଧାର କରିଥିବା ବେଳେ ୧୦ ଜଣ ଯାତ୍ରୀ ନିଖୋଜ ଅଛନ୍ତି। ପୁଲିସ୍‍ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନଦୀରେ ତଲାସୀ ଅଭିଯାନ ଚଳାଇଛନ୍ତି।

Leave A Reply