www.samajalive.in
Saturday, December 13, 2025
26.1 C
Bhubaneswar

ହସିନାଙ୍କ ଝିଆରୀକୁ ମନ୍ତ୍ରିମଣ୍ଡଳରୁ ବାହାର କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରୁ ପଳାୟନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଝିଆରୀ ତୁଲିପ ସିଦ୍ଦିକଙ୍କୁ ବ୍ରିଟେନ ମନ୍ତ୍ରିମଣ୍ଡଳରୁ ବିଦା କରିବାକୁ ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ତୁଲିପଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଷ୍ଟାର୍ମରଙ୍କ ଉପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ଲାଗି ଚାପ ପଡୁଛି। ତୁଲିପ ବର୍ତ୍ତମାନ ଟ୍ରେଜେରିର ଅର୍ଥନୈତିକ ସଚିବ ରହିଛନ୍ତି। ଏହା ସହିତ ବ୍ରିଟେନ ଆର୍ଥିକ ବଜାରରେ ଦୁର୍ନୀତି ନିବାରଣ କ୍ଷେତ୍ରରେ ତାଙ୍କର ଗୁରତ୍ଵପୂର୍ଣ୍ଣ ଦାୟିତ୍ଵ ରହିଛି।

ୟୁନୁସ ଅଭିଯୋଗ କରିଛନ୍ତି ଯେ, ତୁଲିପ ଯେଉଁ କୋଠାରେ ରହୁଛନ୍ତି ତାହା ତାଙ୍କୁ ପୂର୍ବ ସରକାରୀ ଦଳ ହସିନାଙ୍କ ଆୱାମି ଲିଗ୍‌ ପକ୍ଷରୁ ଦିଆଯାଇଛି। ସେହି ସମ୍ପତ୍ତି ବାଂଲାଦେଶକୁ ଫେରସ୍ତ କରାଯିବା ଉଚିତ। ତେବେ ଏ ସମ୍ପର୍କରେ ତୁଲିପ କହିଛନ୍ତି ଯେ, ସେ କୌଣସି ଭୁଲ କାର୍ଯ୍ୟ କରିନାହାନ୍ତି। ଲଣ୍ଡନରେ ରହୁଥିବା ବାସଭବନ ତାଙ୍କୁ ଆୱାମି ଲିଗ୍‌ ତରଫରୁ ଦାନ ଆକାରରେ ମିଳିଛି।

- Advertisement -

ଅନ୍ୟପଟେ ୟୁନୁସଙ୍କ ଅଭିଯୋଗ ପରେ ବ୍ରିଟେନର ବିରୋଧୀ ଦଳ ନେତା କେମି ବାଡେନକ ତୁଲିପଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। କେମି କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜର ବନ୍ଧୁଙ୍କୁ ଦୁର୍ନୀତି ନିବାରଣ ମନ୍ତ୍ରୀ କରିଛନ୍ତି, କିନ୍ତୁ ସେ ନିଜେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଛନ୍ତି। ତେଣୁ ତାଙ୍କୁ ବାହାର କରାଯାଉଛି। ମାତ୍ର ପ୍ରଧାନମନ୍ତ୍ରୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ତୁଲିପଙ୍କ ଉପରେ ତାଙ୍କର ବିଶ୍ଵାସ ରହିଛି ବୋଲି କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories