www.samajalive.in
Tuesday, December 9, 2025
17.1 C
Bhubaneswar

ହରମନ୍‍ପ୍ରୀତଙ୍କ ସମର୍ଥନ ପରେ ପ୍ରଶିକ୍ଷକ ପଦ ପାଇଁ ଆବେଦନ କଲେ ରମେଶ ପାୱାର

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନ୍‍ପ୍ରୀତ କୌର ଏବଂ ଉପ-ଅଧିନାୟକ ସ୍ମୃତି ମନ୍ଧାନାଙ୍କ ସମର୍ଥନ ପରେ ଭାରତୀୟ ପୁରୁଷ କ୍ରିକେଟର ପୂର୍ବତନ ସ୍ପିନର ରମେଶ ପାୱାର ମଙ୍ଗଳବାର ପୁଣିଥରେ ମହିଳା କ୍ରିକେଟ ଦଳର ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ପାୱାର ମହିଳା କ୍ରିକେଟର ପ୍ରଶିକ୍ଷକ ରହିଥିଲେ। ନଭେମ୍ବର ୩୦ତାରିଖରେ ତାଙ୍କର ପ୍ରଶିକ୍ଷକ ପଦର ସମାପ୍ତି ହୋଇଥିଲା। ସେ ପୁଣିଥରେ ଏନେଇ ଆବେଦନ କରିଛନ୍ତି। ହରମନ୍‍ପ୍ରୀତ ଏବଂ ସ୍ମୃତିଙ୍କ ସମର୍ଥନ ହେତୁ ସେ ପୁଣିଥରେ ଆବେଦନ କରିଥିବା କହିଛନ୍ତି। ସେ କହିଛନ୍ତି- ହଁ ମୁଁ ପୁଣି ଥରେ ଆବେଦନ କରିଛି। କାରଣ ମୁଁ ହରମନ୍‍ ଏବଂ ସ୍ମୃତିଙ୍କୁ ନିରାଶ କରିବାକୁ ଚାହୁଁନାହିଁ।
ପୂର୍ବମାସରେ ରମେଶ ପାୱାରଙ୍କ ପ୍ରଶିକ୍ଷଣରେ ଭାରତୀୟ ମହିଳା କ୍ରିକେଟ ଦଳ ଟି-୨୦ବିଶ୍ୱକପ୍‍ ଖେଳିଥିଲା। ବିଶ୍ୱକପରେ ଦଳ ସେମିଫାଇନାଲରେ ଇଂଲଣ୍ଡ ଠାରୁ ପରାଜୟ ବରଣ କରିଥିଲା। ଦଳ ସେହି କର ବା ମର ମ୍ୟାଚରେ ସିନିୟର ଖେଳାଳି ମିତାଲି ରାଜଙ୍କୁ ଦଳରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଉପରେ ଅନେକ ବିବାଦ ଦେଖା ଦେଇଥିଲା। ୱେଷ୍ଟଇଣ୍ଡିଜରୁ ମ୍ୟାଚ୍ ସାରି ଭାରତ ଫେରିବା ପରେ ମିତାଲି, ପାୱାର ଏବଂ ମ୍ୟାନେଜମେଣ୍ଟ କମିଟିର ସଦସ୍ୟ ଡାୟନା ଏଡୁଲଜିଙ୍କ ଉପରେ ତାଙ୍କ କ୍ୟାରିୟରକୁ କ୍ଷତି ପହଞ୍ଚାଉଥିବା ଏବଂ ତାଙ୍କ ଉପରେ ଭେଦଭାବ କରୁଥିବାର ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ବିପକ୍ଷରେ ମଧ୍ୟ ପାୱର ଅଭିଯୋଗ ଆଣିଥିଲେ ଯେ, ମିତାଲିଙ୍କୁ ଓପନିଙ୍ଗ ବ୍ୟାଟିଙ୍ଗ ନ ଦେବା କାରଣରୁ ସେ ଦଳରୁ ସନ୍ୟାସ ନେବାପାଇଁ ଧମକ ଦେଇଥିଲେ ଏବଂ ଦଳରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥିଲେ। ଏହି ବିବାଦ ପରେ ବିସିସିଆଇ ପ୍ରଶିକ୍ଷକ ପଦ ପାଇଁ ନୂଆ ପ୍ରଶିକ୍ଷକ ନିଯୁକ୍ତି ପାଇଁ ଘେଷଣା କରିଥିଲା। ଆବେଦନର ଶେଷ ତାରିଖ ଡିସେମ୍ବର ୧୪ତାରିଖ ଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories