ବାଂଲାଦେଶ ମହିଳା ଟ୍ୱେଣ୍ଟି-୨୦ ଏସିଆ କପ୍‍  ଚମ୍ପିଅାନ

0

କୁଆଲା ଲୁମ୍ପୁର : ମହିଳା କ୍ରିକେଟରେ ବଡ ବିପର୍ଯ୍ୟୟ ସୃଷ୍ଟି କରି ବାଂଲାଦେଶ ଦଳ ନୂଆ ରେକର୍ଡ ପ୍ରତିଷ୍ଠା କରିଛି । ୬ଥର ଚମ୍ପିଆନ ଭାରତକୁ  ୩ ୱିକେଟରେ ପରାସ୍ତ କରି ବାଂଲାଦେଶ  ମହିଳା ଟ୍ୱେଣ୍ଟି-୨୦ ଏସିଆ କପ୍‍  ଚମ୍ପିଆନ ହୋଇଛି । ଭାରତ ସପ୍ତମ ଥର ପାଇଁ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ନିଜର ପୂର୍ବ ରେକର୍ଡ ବଜାୟ ରଖିବାରେ ବିଫଳ ହୋଇଛି। ବାଂଲାଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୨ ରନ୍ ସ୍କୋର କରିଥିଲା। ଦଳ ପକ୍ଷରୁ  ହରମନପ୍ରିତ କୌର ସର୍ବାଧିକ  ୫୬ ରନ କରିଥିବା ବେଳେ ଆଉ କୌଣସି ଖେଳାଳୀ ଅଧିକ ରନ କରିବାକୁ ସକ୍ଷମ ହୋଇ ନ ଥିଲେ।

୧୧୩ ରନର ପିଛା କରି ବାଂଲାଦେଶ ୭ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ପୁନମ ଯାଦବ ୪ ୱିକେଟ ଅକ୍ତିଆର କରିଥିଲେ। ବାଂଲାଦେଶର ରୁମାନା ଅହମ୍ମଦ ଅଫ ଦ ମ୍ୟାଚ ହୋଇଥିବା ବେଳେ ଭାରତର ହରମନପ୍ରିତ କୌର ପ୍ଲେୟାର ଅଫ୍ ଦ ସିରିଜ ହୋଇଛନ୍ତି।

ଶନିବାର ଖେଳାଯାଇଥିବା ଅନ୍ତିମ ରାଉଣ୍ଡ ରବିନ ଲିଗ୍‍ ମ୍ୟାଚରେ ଭାରତ ୭ ୱିକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିବା ସହ ସପ୍ତମ ଥର ପାଇଁ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରି ଥିଲା।

Leave A Reply