ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ଜୁନ ୨ରେ ଯିବେ ଜେଲ

ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟକା। ଅନ୍ତରୀଣ ଜାମିନ ଅବଧି ଆଉ ୭ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ କରିଥିବା ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ମଙ୍ଗଳବାର ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଥିଲେ କୋର୍ଟ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଆଉ ସପ୍ତାହେ ପର୍ଯ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ ଅରବିନ୍ଦ କେଜ୍ରିୱାଲ। ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ଜୁନ ୨ରେ ପୁଣି ତିହାର ଜେଲ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ରହିଥିଲେ ଅରବିନ୍ଦ। ମେ ୧୦ରେ କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର ପାଇଁ ୨୧ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ।

prayash

Comments are closed.