nua o banner

ପତ୍ନୀଙ୍କୁ ସାଙ୍ଗରେ ରହିବାକୁ ସ୍ୱାମୀ ବାଧ୍ୟ କରିପାରିବେନି : ସୁପ୍ରିମକୋର୍ଟ

BSKY banner  750×100
0

ନୂଆଦିଲ୍ଲୀ : ପତ୍ନୀ କୌଣସି ବସ୍ତୁ ନୁହନ୍ତି, ତେଣୁ ସାଙ୍ଗରେ ରହିବାକୁ ସ୍ୱାମୀ ତାଙ୍କୁ ବାଧ୍ୟ କରିପାରିବେନି ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡିଥିବା ଜଣେ ପତ୍ନୀ ସୁପ୍ରିମକୋର୍ଟରେ ଛାଡପତ୍ର ମାମଲା ଦାଏର କରିଥିଲେ। ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି। ବୈବାହିକ ଜୀବନରେ ଆସିଥିବା ଏହି ସମସ୍ୟାର ଆପୋଷ ସମାଧାନ ପାଇଁ ଅଦାଲତ ପୂର୍ବରୁ ଦମ୍ପତିଙ୍କୁ ପରାମର୍ଶ ଦେଇଥିଲେ। ତେବେ ସ୍ୱାମୀଙ୍କ ଆଚରଣରେ କୌଣସି ପରିବର୍ତ୍ତନ ନ ଘଟିବା ଫଳରେ ପତ୍ନୀ ପୁଣି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ ପତ୍ନୀଙ୍କୁ କୌଣସି ପରିସ୍ଥିତିରେ ଏକ ବସ୍ତୁ ବୋଲି ଭାବିବା ଅନୁଚିତ। ଯେତେପ୍ରକାର ନିର୍ଯାତନା ଦେଲେ ମଧ୍ୟ ସେ (ପତ୍ନୀ) ତାଙ୍କ ସହ ଏକାଠି ରହିବେ ବୋଲି ଯଦି ସ୍ୱାମୀ ଭାବୁଥାନ୍ତି, ତାହାହେଲେ ସେ ମସ୍ତବଡ ଭୁଲ କରୁଛନ୍ତି ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି। ଛାଡପତ୍ର ଆବେଦନ ସତ୍ତ୍ୱେ ସ୍ୱାମୀଙ୍କଠାରୁ କୌଣସି ଭରଣପୋଷଣ ଦାବି କରିବାକୁ ଚାହୁଁନାହାନ୍ତି ବୋଲି ପତ୍ନୀଙ୍କ ଓକିଲ ଖଣ୍ଡପୀଠକୁ ଜଣାଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୧୮କୁ ଧାର୍ଯ୍ୟ କରାଯାଇଛି।

Leave A Reply