ମୁମ୍ବଇ : ହ୍ରିତିକ୍ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର୍ ୩୦’ର ମୁକ୍ତିଲାଭର ତାରିଖ ଘୁଞ୍ଚି ଯାଇଛି। ଏହି ସୂଚନା ନିଜେ ହ୍ରିତିକ୍ ଦେଇଛନ୍ତି। ଏବେ ଏହି ଚଳଚ୍ଚିତ୍ର ୬ମାସ ପରେ ଅର୍ଥାତ୍ ୨୬ ଜୁଲାଇରେ ମୁକ୍ତିଲାଭ କରିବ। ପ୍ରଥମେ ଏହା ୨୬ ଜାନୁଆରୀରେ ମୁକ୍ତିଲାଭ କରିବାର ଥିଲା। ‘ସୁପର୍ ୩୦’ର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ। ତେବେ ‘#ମି ଠୁ’ କ୍ୟାମ୍ପେନ୍ ସମୟରେ ବିକାଶଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଚଳଚ୍ଚିତ୍ରଟି ବିବାଦ ମଧ୍ୟରେ ଫଶି ରହିଛି। ତେଣୁ ଚଳଚ୍ଚିତ୍ର ମୁକ୍ତିଲାଭର ତାରିଖକୁ ଘୁଞ୍ଚାଇବାକୁ ପଡ଼ିଛି।
Popular Categories



