www.samajalive.in
Friday, December 5, 2025
23.1 C
Bhubaneswar

ଗୋଆ ଫିଲ୍ମ ଫେଷ୍ଟିଭାଲ୍ ଉଦ୍‌ଯାପିତ: ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

ନୂଆଦିଲ୍ଲୀ: ‌ଗୋଆରେ ଚାଲିଥିବା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ(ଆଇଏଫଏଫଆଇ ୨୦୨୫) ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ୯ ଦିନ ଧରି ଚାଲିଥିବା ଏହି ୫୬ ତମ ଆଇଏଫଏଫଆଇରେ ବିଶ୍ବର ଅନେକ ଚଳଚ୍ଚିତ୍ର ନିର୍ମାତା ଓ କଳାକାର ସାମିଲ ହୋଇଥିଲେ। ଉଦ୍‌ଯାପନ ଉତ୍ସବରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗନ୍ ସାମିଲ ହୋଇଥିଲେ। ଏହି ଅବସରରେ ରଜନୀକାନ୍ତଙ୍କୁ ଭାରତୀୟ ସିନେମାରେ ୫୦ ବର୍ଷ ପୂରଣ କରିବା ନେଇ ଜୀବନ ବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସମ୍ମାନିତ ପରେ ରଜନୀକାନ୍ତ କହିଥିଲେ ଯେ ‘ମୋ କାମକୁ ପ୍ରଶଂସା ଓ ସମ୍ମାନିତ କରିଥିବାରୁ ଦେଶର ସରକାରଙ୍କୁ ଧନ୍ୟବାଦ। ସିନେମା ଓ ଅଭିନୟ ପ୍ରତି ପ୍ରେମଭାବ ଯୋଗୁଁ ମୋତେ ଏଭଳି ଲାଗେ। ଏଥିପାଇଁ ମୁଁ ୧୦୦ ଥର ଜନ୍ମ ନେଲେ ମଧ୍ୟ ପୁଣି ଅଭିନେତା ରଜନୀକାନ୍ତ ରୂପେ ଜନ୍ମ ନେବାକୁ ଚାହିଁବି।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories