www.samajalive.in
Wednesday, December 10, 2025
23.1 C
Bhubaneswar

ଗୋଆ ଫିଲ୍ମ ଫେଷ୍ଟିଭାଲ୍ ଉଦ୍‌ଯାପିତ: ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

ନୂଆଦିଲ୍ଲୀ: ‌ଗୋଆରେ ଚାଲିଥିବା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ(ଆଇଏଫଏଫଆଇ ୨୦୨୫) ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ୯ ଦିନ ଧରି ଚାଲିଥିବା ଏହି ୫୬ ତମ ଆଇଏଫଏଫଆଇରେ ବିଶ୍ବର ଅନେକ ଚଳଚ୍ଚିତ୍ର ନିର୍ମାତା ଓ କଳାକାର ସାମିଲ ହୋଇଥିଲେ। ଉଦ୍‌ଯାପନ ଉତ୍ସବରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗନ୍ ସାମିଲ ହୋଇଥିଲେ। ଏହି ଅବସରରେ ରଜନୀକାନ୍ତଙ୍କୁ ଭାରତୀୟ ସିନେମାରେ ୫୦ ବର୍ଷ ପୂରଣ କରିବା ନେଇ ଜୀବନ ବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସମ୍ମାନିତ ପରେ ରଜନୀକାନ୍ତ କହିଥିଲେ ଯେ ‘ମୋ କାମକୁ ପ୍ରଶଂସା ଓ ସମ୍ମାନିତ କରିଥିବାରୁ ଦେଶର ସରକାରଙ୍କୁ ଧନ୍ୟବାଦ। ସିନେମା ଓ ଅଭିନୟ ପ୍ରତି ପ୍ରେମଭାବ ଯୋଗୁଁ ମୋତେ ଏଭଳି ଲାଗେ। ଏଥିପାଇଁ ମୁଁ ୧୦୦ ଥର ଜନ୍ମ ନେଲେ ମଧ୍ୟ ପୁଣି ଅଭିନେତା ରଜନୀକାନ୍ତ ରୂପେ ଜନ୍ମ ନେବାକୁ ଚାହିଁବି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories