www.samajalive.in
Friday, December 5, 2025
23.1 C
Bhubaneswar

ବିବାହ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ : ଶୁଭେଚ୍ଛା ଜଣାଇଲେ ମୋଦୀ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିସ ଶନିବାର କାନବେରା ସ୍ଥିତ ସରକାରୀ ବାସଭବନରେ ବାନ୍ଧବୀ ଜୋଡି ହେଡନ୍‌ଙ୍କୁ ବିବାହ କରିଛନ୍ତି। ଅଷ୍ଟ୍ରେଲିଆର ୧୨୪ ବର୍ଷ ଇତିହାସରେ ଜଣେ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ବିବାହ କରିବାରେ ଏହା ହେଉଛି ପ୍ରଥମ ଘଟଣା। ବିବାହ ଉତ୍ସବରେ ହାତଗଣତି ୬୦ ଜଣ ଅତିଥି ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରେ ଆଲ୍‌ବାନିସଙ୍କ କ୍ୟାବିନେଟ ସହଯୋଗୀ ଏବଂ ଓସ୍କାର ବିଜେତା ଅଭିନେତା ରସେଲ କ୍ରୋ ସାମିଲ ଥିଲେ। ୬୨ ବର୍ଷୀୟ ଆଲବାନିସଙ୍କର ପୂର୍ବରୁ ବିବାହ ବିଚ୍ଛେଦ ଘଟିସାରିଥିବାବେଳେ ପ୍ରଥମ ପତ୍ନୀଙ୍କ ତରଫରୁ ସାବାଳକ ପୁତ୍ର ସନ୍ତାନ ଅଛି। ୨୦୨୦ରେ ଏକ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଆଲବାନିସ ଓ ହେଡନ୍‌ଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଆଲବାନିସ ଗତବର୍ଷ ଭାଲେଣ୍ଟାଇନ ଦିବସରେ ହେଡନଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ବିବାହ ସମ୍ପନ୍ନ ହେବା ପରେ ବିଶ୍ବର ଏକାଧିକ ରାଷ୍ଟ୍ରମୁଖ୍ୟ ନବ ଦମ୍ପତିଙ୍କୁ ଶୁୁଭେଚ୍ଛା ଜଣାଇଛନ୍ତି।

- Advertisement -

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଏବଂ ତାଙ୍କ ପତ୍ନୀ ଜୋଡି ହେଡନ୍‌ଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେମାନଙ୍କର ସୁଖୀ ବୈବାହିକ ଜୀବନ କାମନା କରିଛନ୍ତି ମୋଦୀ ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories