www.samajalive.in
Friday, December 5, 2025
23.1 C
Bhubaneswar

ଆଜି ତାମିଲନାଡୁ ଉପକୂଳ ଛୁଇଁବ ବାତ୍ୟା ‘ଡିଟୱା’

ଚେନ୍ନଇ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଡିଟୱା’ ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ବର୍ତ୍ତମାନ ଦକ୍ଷିଣ ଭାରତ ଆଡକୁ ମୁହାଁଇଛି। ଆଜି ଏହା ତାମିଲନାଡୁ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ କୁୁହାଯାଇଛି। ଏହାର ପ୍ରଭାବରେ ତାମିଲନାଡୁ, ପୁଦୁଚେରୀ ଓ ଆନ୍ଧ୍ର ପ୍ରଦେଶର ଦକ୍ଷିଣାଞ୍ଚଳରେ ଆଗାମୀ ଦୁଇଦିନ ଧରି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ରାଜଧାନୀ ଚେନ୍ନଇ ସମେତ ଉପକୂଳବର୍ତ୍ତୀ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଚେନ୍ନଇ ବିମାନବନ୍ଦର କର୍ତ୍ତୃପକ୍ଷ ୫୪ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରିଛନ୍ତି। ଆଇଏମ୍‌ଡି ପକ୍ଷରୁ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ପୁଦୁଚେରୀକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।

ଅପରପକ୍ଷରେ ଭାରତ ପକ୍ଷରୁ ଶ୍ରୀଲଙ୍କାର ବାତ୍ୟା ପୀଡିତଙ୍କ ସାହାଯ୍ୟାର୍ଥେ ରିଲିଫ ସାମଗ୍ରୀ ପଠାଯାଉଛି। ଶ୍ରୀଲଙ୍କାରେ ମୃତ୍ୟୁସଂଖ୍ୟା ୧୨୩ ଛୁଇଁଥିବାବେଳେ ଶତାଧିକ ନିଖୋଜ ଅଛନ୍ତି। ଭାରତ ପକ୍ଷରୁ ପ୍ରଦତ୍ତ ରିଲିଫ ଅଭିଯାନକୁ ‘ସାଗର ବନ୍ଧୁ’ ନାମରେ ନାମିତ କରାଯାଇଛି। ଭାରତୀୟ ବାୟୁସେନାର ସି-୧୩୦ ଓ ଆଇଏଲ-୭୬ ପରିବହନ ବିମାନ ଓ ନୌବାହିନୀର ବିମାନବାହୀ ଜାହାଜ ଆଇଏନଏସ ବିକ୍ରାନ୍ତ ଓ ଆଇଏନଏସ ଉଦୟଗିରି ଇତିମଧ୍ୟରେ ୨୭ ଟନ ଓଜନର ରିଲିଫ ସାମଗ୍ରୀ ଶ୍ରୀଲଙ୍କାରେ ପହଞ୍ଚାଇ ସାରିଲେଣି। ରିଲିଫ ସାମଗ୍ରୀ ମଧ୍ୟରେ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧପତ୍ର, ତମ୍ବୁ ଇତ୍ୟାଦି ସାମିଲ ରହିଛି। ୮୦ରୁ ଅଧିକ ଏନଡିଆରଏଫ ଯବାନଙ୍କୁ ମଧ୍ୟ ଶ୍ରୀଲଙ୍କା ପଠାଯାଇଛି। ସେମାନେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

- Advertisement -

ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ତାଙ୍କର ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀଲଙ୍କାକୁ ଆବଶ୍ୟକ ରିଲିଫ ସାମଗ୍ରୀ ପଠାଇ ଉତ୍ତମ ପଡୋଶୀ ଭାବେ ଭାରତ ତାହାର କର୍ତ୍ତବ୍ୟ ପାଳନ କରିଛି। ସୂଚନା​‌େ​‌ଯାଗ୍ୟ ବାତ୍ୟା ଯୋଗୁଁ ଶ୍ରୀଲଙ୍କାର ୨୦ଟି ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ପାଇଥିବାବେଳେ ପ୍ରାୟ ୫୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ରଖାଯାଇଛି। ଗୁରୁବାର ରାତିରେ ପ୍ରାୟ ୩୦୦ ମିମି ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ମାଟି ଅତଡା ଖସିବା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି। ବାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଜରୁରୀ ପରିସ୍ଥିତି ଜାରି କରିଛନ୍ତି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories