www.samajalive.in
Saturday, December 6, 2025
26.1 C
Bhubaneswar

ଦୃଶ୍ୟମ ଶୈଳୀରେ ହତ୍ୟା ଯୋଜନା, ୫ ଗିରଫ

ନୂଆଦିଲ୍ଳୀ: ଜନୈକା ୨୨ ବର୍ଷୀୟ ମହିଳାଙ୍କ ହତ୍ୟା ଅଭିଯୋଗରେ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ନେତା ଓ ତାଙ୍କର ତିନି ଜଣ ପୁଅ ସାମିଲ୍‍ ଅଛନ୍ତି। ଦୁଇ ବର୍ଷ ପୂର୍ବେ ହୋଇଥିବା ଏହି ହତ୍ୟାକାଣ୍ଡ ଯୋଜନା ପାଇଁ ଅଭିଯୁକ୍ତମାନେ ଅଜୟ ଦେବଗନ୍‍ ଅଭିନୀତ ‘ଦୃଶ୍ୟମ୍‍’ର ସାହାରା ନେଇଥିବା ପୁଲିସ କହିଛି।
ଇନ୍ଦୋର ଡିଆଇଜି ହରିନାରାୟଣଚାରି ମିଶ୍ରଙ୍କ ସୂଚନା ଅନୁଯାୟୀ, ବାଙ୍ଗାଙ୍ଗା ଅଞ୍ଚଳର ଟ୍ୱିଙ୍କଲ୍‍ ଦାଗ୍ରେ ନାମ୍ନୀ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ବିଜେପି ନେତା ଜଗଦୀଶ କାରୋଟିଆ ଓରଫ କାଲୁ ପହଲୱାନ ସହିତ ଅନୈତିକ ସମ୍ପର୍କ ଥିଲା। ଜଗଦୀଶଙ୍କୁ ଟ୍ୱିଙ୍କଲ୍‍ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ଜଗଦୀଶ ଏଥିରେ ରାଜି ନ ଥିଲେ। ଏହି ଘଟଣାକୁ ନେଇ ଜଗଦୀଶଙ୍କ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା। ତେଣୁ ଟ୍ୱିଙ୍କଲ୍‍ଙ୍କୁ ରାସ୍ତାରୁ ହଟାଇବା ପାଇଁ ଜଗଦୀଶ, ତାଙ୍କ ତିନି ପୁଅ ଅଜୟ, ବିଜୟ ଓ ବିନୟ ଷଡ଼ଯନ୍ତ୍ର ରଚିଥିଲେ। ଏଥିପାଇଁ ସେମାନେ ନୀଲେଶ କାଶ୍ୟପ୍‍ ନାମକ ଜଣେ ବ୍ୟକ୍ତିଙ୍କ ସହାୟତା ନେଇଥିଲେ। ୨୦୧୬, ଅକ୍ଟୋବର ୧୬ରେ ଷଡ଼ଯନ୍ତ୍ରକୁ ବାସ୍ତବ ରୂପ ଦିଆଯାଇଥିଲା।
ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ ହତ୍ୟା ପୂର୍ବରୁ ଅଭିଯୁକ୍ତମାନେ ଅଜୟ ଦେବଗନ୍‍ଙ୍କ ଅଭିନୀତ ‘ଦୃଶ୍ୟମ’ ଦେଖିଥିଲେ। ହତ୍ୟା ପରେ ଟ୍ୱିଙ୍କଲ୍‍ଙ୍କ ମୃତଶରୀରକୁ ସେମାନେ ପୋଡ଼ିଦେଇଥିଲେ। ଏହାପରେ ଅନ୍ୟ ଏକ ସ୍ଥାନରେ ଏକ କୁକୁରକୁ ହତ୍ୟା କରି ପୋଡ଼ିଥିଲେ। ଯେଉଁଠାରେ କୁକୁରର ମରଶରୀରକୁ ପୋଡ଼ାଯାଇଥିଲା ସେଠାରେ ଜଣେ ବ୍ୟକ୍ତିଙ୍କୁ ପୋଡ଼ାଯାଇଥିବା ସେମାନେ ଗୁଜବ ରଚାଇଥିଲେ। ପୁଲିସ ତଦନ୍ତକୁ ବାଟବଣା କରିବା ପାଇଁ ସେମାନେ ସେଭଳି ଗୁଜବ ରଚନା କରିଥିଲେ।
ସନ୍ଦେହ ଆଧାରରେ ଗିରଫ ୫ ଅଭିଯୁକ୍ତଙ୍କୁ ଅତ୍ୟାଧୁନିକ ବିଇଓଏସ୍‍ ପଦ୍ଧତ୍ତିରେ ଜେରା କରାଯାଇଥିଲା। ଏହି ପଦ୍ଧତିରେ ଅଭିଯୁକ୍ତର ନ୍ୟୁରୋ-ସାଇକଲୋଜିକାଲ୍‍ ପରୀକ୍ଷଣ କରାଯାଉଛି। ପରୀକ୍ଷଣରୁ ଅଭିଯୁକ୍ତଙ୍କ ଦୋଷ ଜଣାପଡ଼ିଥିଲା।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories