ଜାଣନ୍ତୁ, ଦାନ କରିବା ଦ୍ବାରା କେଉଁ ସମସ୍ୟାରୁ ମିଳେ ମୁକ୍ତି ?
ଦାନ କରିବା ଧର୍ମ ବୋଲି କୁହାଯାଏ । ଏହା ଦ୍ବାରା ଜୀବନର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । ଦାନ କରିବା ଦ୍ବାରା ଆୟୁଷ ବୃଦ୍ଧି ହେବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ । ଜୀବନର ଅନ୍ୟ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଦାନର ବିଶେଷ ମହତ୍ତ୍ବ ରହିଛି । ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଦାନ କରିବା ଲାଭ ଦାୟକ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି । ଭିନ୍ନ ଭିନ୍ନ ବସ୍ତୁ ଦାନ କରିବା ଦ୍ବାରା ଭିନ୍ନ ଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ ଭୁଲ ବସ୍ତୁ ଦାନ କରିବା ଦ୍ବାରା କ୍ଷତିକାରକ ହେବା ସହ ଖରାପ ପରିଣାମ ଭୋଗିବାକୁ ପଡିଥାଏ ।
ଜାଣନ୍ତୁ କେଉଁ ରାଶି ଅନୁଯାୟୀ କ’ଣ ଦାନ କରିବେ ନାହିଁ ?
ଡାଲି: ଡାଲି ଦାନ କରିବା ଦ୍ବାରା ଜୀବନରେ ଅନ୍ନର ଅଭାବ ରହିନଥାଏ ।
ଧାତୁ: ଧାତୁ ଦାନ କରିବା ଦ୍ବାରା ବିଶେଷ ଦଶା ଖଣ୍ଡନ ହୋଇଥାଏ । ଏହା ଦ୍ବାରା ବିପଦ ମଧ୍ୟ ଟଳିଥାଏ ।
ବସ୍ତ୍ର: ବସ୍ତ୍ର ଦାନ କରିବା ଦ୍ବାରା ଆର୍ଥିକ ସ୍ଥିତି ସର୍ବଦା ଉତ୍ତମ ରହିଥାଏ । ନିଜେ ପରିଧାନ କରୁଥିବା ଭଳି ବସ୍ତ୍ର ଅନ୍ୟକୁ ଦାନ କରନ୍ତୁ । ପୁରୁଣା ବା ଚିରା ବସ୍ତ୍ର କଦାପି ଦାନ କରନ୍ତୁ ନାହିଁ ।
ମେଷ: ମିଠା ଜିନିଷ ଦାନ କରନ୍ତୁ ନାହିଁ ।
ବୃଷ: ଲୁହା ଜିନିଷ ଦାନ କରନ୍ତୁ ନାହିଁ ।
ମିଥୁନ: ସବୁଜ ପଦାର୍ଥ ଦାନ କରନ୍ତୁ ନାହିଁ ।
କର୍କଟ: ସୁନା ଦାନ କରନ୍ତୁ ନାହିଁ ।
ସିଂହ: ଭୂମି ବା ମାଟି ସମ୍ବନ୍ଧୀୟ ଜିନିଷ ଦାନ କରନ୍ତୁ ନାହିଁ ।
କନ୍ୟା: କ୍ଷୀର ଜାତୀୟ ଦ୍ରବ୍ୟ ଦାନ କରନ୍ତୁ ନାହିଁ ।
ତୁଳା: କଳା ଜିନିଷ ଦାନ କରନ୍ତୁ ନାହିଁ।
ବିଚ୍ଛା: ହଳଦିଆ ବସ୍ତୁ ଦାନ କରନ୍ତୁ ନାହିଁ ।
ଧନୁ: ମିଠା ପଦାର୍ଥ ଦାନ କରନ୍ତୁ ନାହିଁ ।
ମକର: ତେଲ ଦାନ କରନ୍ତୁ ନାହିଁ ।
କୁମ୍ଭ: ନାଲି ଜିନିଷ ଦାନ କରନ୍ତୁ ନାହିଁ ।