www.samajalive.in
Saturday, December 6, 2025
26.1 C
Bhubaneswar

ବିବାହ ନିମନ୍ତ୍ରଣ କାର୍ଡରେ ରାଫେଲ୍‍ ଜେଟ୍‍ର ଚିତ୍ର, ଉପହାରରେ ବିଜେପି ପାଇଁ ଭୋଟ

ସୁରଟ: ରାଫେଲ୍‍ ଡିଲ୍‍କୁ ନେଇ ଏବେ ରାଜନୀତି ଓ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ମୋଦୀଙ୍କ ପ୍ରତି ଆନ୍ତରିକତା ଓ ସମର୍ଥନ ଜଣାଇବାକୁ ଜଣେ ଯୁବକ ଓ ଜଣେ ଯୁବତୀ ଅଭିନବ ଉଦ୍ୟମ କରିଛନ୍ତି। ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଏହି ଦମ୍ପତି ତାଙ୍କ ବିବାହ ନିମନ୍ତ୍ରଣ କାର୍ଡରେ ରାଫେଲ୍‍ ଜେଟ ଚିତ୍ର ରଖିଥିବା ବେଳେ ବିବାହ ଉପହାର ସ୍ୱରୂପ ବିଜେପିକୁ ଭୋଟ୍‍ ଦେବା ପାଇଁ ସେମାନେ ବନ୍ଧୁବର୍ଗଙ୍କୁ ଅନୁରୋଧ ଜଣାଇଛନ୍ତି। ଏଭଳି ଅଭିନବ ଚିନ୍ତାଧାରା ଗୁଜରାଟର ସୁରଟ ସହରରେ ଦେଖିôବାକୁ ମିଳିଛି।
ଯୁବରାଜ ଓ ସାଖିଙ୍କ ନିମନ୍ତ୍ରଣ କାର୍ଡର ପ୍ରଥମ ପୃଷ୍ଠାର ଉପରି ଭାଗରେ ଚିରାଚରିତ ଭାବେ ବରକନ୍ୟାଙ୍କ ନାମ ଓ ଶ୍ରୀଗଣେଶଙ୍କ ଚିତ୍ର ସହିତ ରହିଛି। ତଳ ଭାଗରେ ଲେଖାଯାଇଛି ଯେ ବିବାହ ପାଇଁ ଉପହାର ଦେବାକୁ ଚାହୁଁଥିବା ବନ୍ଧୁମାନେ ବିଜେପିକୁ ଭୋଟ ଦିଅନ୍ତୁ। ଅର୍ଥ ଆକାରରେ ଉପହାର ଦେବାକୁ ଚାହୁଁଥିବା ଲୋକେ ଉପହାର ଟଙ୍କା ବିଜେପିର ପାଣ୍ଠିରେ ମୋଦୀ ଆପ୍‍ ଜରିଆରେ ଜମା କରନ୍ତୁ।
ପରବର୍ତ୍ତୀ ପୃଷ୍ଠାରେ ରାଫେଲ୍‍ ଜେଟ୍‍ ଚିତ୍ର ସହିତ ଲେଖାଯାଇଛି – ‘ନମୋଙ୍କ ଉପରେ ଭରସା ରଖନ୍ତୁ।’ ଏହାପରେ ଜେଟ୍‍ ଚୁକ୍ତି ସମ୍ପର୍କରେ ବିସ୍ତୃତ ବିବରଣୀ ସହିତ ଲେଖାଯାଇଛି ‘ଜଣେ ନିର୍ବୋଧ ହିଁ ସାଧାରଣ ବିମାନ ଓ ସଶସ୍ତ୍ର ଜେଟ୍‍ର ମୂଲ୍ୟକୁ ତୁଳନା କରିପାରିବ।’ ଅନିଲ ଅମ୍ବାନୀଙ୍କୁ କାହିଁକି ଅଫ୍‍ସେଟ୍‍ ପାର୍ଟନର ରୂପେ ଚୟନ କରାଗଲା, ଜେପିସି ତଦନ୍ତକୁ କାହିଁକି ଅଗ୍ରାହ୍ୟ କରାଯାଇଛି, ଉପା ଅମଳରେ ହୋଇଥିବା ଚୁକ୍ତି କାହିଁକି ବାତିଲ୍‍ କରାଗଲା ସେ ସମ୍ପର୍କରେ ଲେଖାଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories