www.samajalive.in
Wednesday, December 10, 2025
23.1 C
Bhubaneswar

ବିବାହ ବନ୍ଧନରେ ସମାନ୍ଥା

ସମାଜଲାଇଭ ଡେସ୍କ: ଛାଡ଼ପତ୍ର ପରେ ପୁଣି ଥରେ ବିବାହ କରିଛନ୍ତି ଅଭିନେତ୍ରୀ ସମାନ୍ଥା ରୁଥ ପ୍ରଭୁ। ନାଗା ଚୈତନ୍ୟଙ୍କ ସହିତ ବିଚ୍ଛେଦ ହେବା ପରେ ସେ ନିର୍ଦେଶକ ରାଜ ନିଡିମୋରୁଙ୍କ ହାତ ଧରିଛନ୍ତି। ଉଭୟଙ୍କ ବିବାହର ପଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ସମାନ୍ଥାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

ସୋମବାର ସକାଳେ ସମାନ୍ଥା ଏବଂ ରାଜ କୋଏମ୍ବାଟୁରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଥିରେ ଉଭୟ ପରିବାର ଏବଂ ସେମାନଙ୍କର କିଛି ହାତଗଣତି ବନ୍ଧୁ ସାମିଲ ହୋଇଥିଲେ। ବିବାହ ପରେ ସମାନ୍ଥା ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରି ନିଜ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଥିଲେ। ଗୋଟିଏ ଫଟୋରେ ରାଜ ସମାନ୍ଥାଙ୍କୁ ମୁଦି ପିନ୍ଧାଉଥିବାବେଳେ ଅନ୍ୟ ଫଟୋରେ ଅଗ୍ନିକୁଣ୍ଡରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ସେ ରାଜଙ୍କ ହାତ ଧରିଥିବା ଦେଖାଯାଇଛି।

- Advertisement -

ରାଜ ଏବଂ ସମାନ୍ଥା ଅନେକ ଦିନ ଧରି ଡେଟ୍‌ କରିଆସୁଥିଲେ। ଉଭୟେ ‘ଦ ଫ୍ୟାମିଲି ମ୍ୟାନ’ ୱେବ ସିରିଜରେ ଏକାଠି କାମ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ସମାନ୍ଥା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। ପରେ ସେମାନେ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ନାଗା ଚୈତନ୍ୟ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories