www.samajalive.in
Friday, December 5, 2025
23.1 C
Bhubaneswar

ବିବାହ ବନ୍ଧନରେ ସମାନ୍ଥା

ସମାଜଲାଇଭ ଡେସ୍କ: ଛାଡ଼ପତ୍ର ପରେ ପୁଣି ଥରେ ବିବାହ କରିଛନ୍ତି ଅଭିନେତ୍ରୀ ସମାନ୍ଥା ରୁଥ ପ୍ରଭୁ। ନାଗା ଚୈତନ୍ୟଙ୍କ ସହିତ ବିଚ୍ଛେଦ ହେବା ପରେ ସେ ନିର୍ଦେଶକ ରାଜ ନିଡିମୋରୁଙ୍କ ହାତ ଧରିଛନ୍ତି। ଉଭୟଙ୍କ ବିବାହର ପଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ସମାନ୍ଥାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

ସୋମବାର ସକାଳେ ସମାନ୍ଥା ଏବଂ ରାଜ କୋଏମ୍ବାଟୁରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଥିରେ ଉଭୟ ପରିବାର ଏବଂ ସେମାନଙ୍କର କିଛି ହାତଗଣତି ବନ୍ଧୁ ସାମିଲ ହୋଇଥିଲେ। ବିବାହ ପରେ ସମାନ୍ଥା ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରି ନିଜ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଥିଲେ। ଗୋଟିଏ ଫଟୋରେ ରାଜ ସମାନ୍ଥାଙ୍କୁ ମୁଦି ପିନ୍ଧାଉଥିବାବେଳେ ଅନ୍ୟ ଫଟୋରେ ଅଗ୍ନିକୁଣ୍ଡରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ସେ ରାଜଙ୍କ ହାତ ଧରିଥିବା ଦେଖାଯାଇଛି।

- Advertisement -

ରାଜ ଏବଂ ସମାନ୍ଥା ଅନେକ ଦିନ ଧରି ଡେଟ୍‌ କରିଆସୁଥିଲେ। ଉଭୟେ ‘ଦ ଫ୍ୟାମିଲି ମ୍ୟାନ’ ୱେବ ସିରିଜରେ ଏକାଠି କାମ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ସମାନ୍ଥା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। ପରେ ସେମାନେ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ନାଗା ଚୈତନ୍ୟ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି।

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories