ଆଇପିଏଲ: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ, ୨୦୪ ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ ରୟାଲ୍ସ
ହାଇଦ୍ରାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୧୬ର ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଅପରାହ୍ଣ ୩ଟା୩୦ରୁ ହାଇଦରାବାଦ୍ରେ ସନରାଇଜର୍ସ ହାଇଦରାବାଦ୍-ରାଜସ୍ଥାନ ରୟାଲ୍ସକୁ ଭେଟିଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ଚାଲିଥିବା
ଏହି ମ୍ୟାଚରେ ଟସ୍ ଜିଣି ହାଇଦ୍ରାବାଦ୍ ରୟାଲ୍ସ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ଏବଂ ରାଜସ୍ଥାନ ଟିମ୍ ବ୍ୟାଟିଂ କରିଥିଲା। ଯଶସ୍ବୀ ଜୟସ୍ବାଲ, ଜୋସ୍ ବଟଲର ଓ ସଂଜୁ ସାମସନ୍ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ରାଜସ୍ଥାନ ରୟାଲ୍ସ ଟିମ ୫ ୱିକେଟ୍ ହରାଇ ୨୦୩ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା। ଫଳରେ ହାଇଦ୍ରାବାଦ୍ ରୟାଲ୍ସ ଟିମ୍କୁ ୨୦୪ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଯଶସ୍ବୀ ୩୭ଟି ବଲ୍ ଖେଳି ୯ଟି ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୫୪ ରନ୍ କରିଥିଲେ। ବଟଲର ୨୨ଟି ବଲ୍ ଖେଳି ୭ଟି ଚୌକା ଓ ୩ଟି ଛକା ବଳରେ ୫୪ ରନ୍ ଯୋଡ଼ିଥିଲେ। ଅଧିନାୟକ ସଂଜୁ ସାମସନଙ୍କ ବ୍ୟାଟରୁ ୫୫ ରନ୍ ସ୍କୋର କରିଥିଲେ।
Comments are closed.