www.samajalive.in
Monday, December 15, 2025
24.1 C
Bhubaneswar

ମାର୍ଚ୍ଚ ୧୯ରେ ମହାକାଶରୁ ଫେରିବେ ସୁନିତା

ଫ୍ଲୋରିଡା : ଦୀର୍ଘ ଆଠ ମାସ ଧରି ଆଇଏସ୍‌ଏସ୍‌ରେ ରହିବା ପରେ ନାସା ମହାକାଶଚାରୀ ସୁନିତା ୱିଲିୟମ୍‌ସ ମାର୍ଚ୍ଚ ୧୯ରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ସୁନିତା ଓ ସାଥୀ ମହାକାଶଚାରୀ ବୁଚ୍‌ ୱିଲମୋରଙ୍କୁ ଫେରାଇ ଆଣିବାକୁ ମାର୍ଚ୍ଚ ୧୨ରେ ‘ଡ୍ରାଗନ’ ମହାକାଶ ଯାନକୁ ପଠାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଆଇଏସ୍‌ଏସ୍‌ ସହ ଡକିଂ ପ୍ରକ୍ରିୟା ଶେଷ ହେବାପରେ ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟ ସମ୍ପାଦନ ପାଇଁ ଅତିକମରେ ଏକ ସପ୍ତାହ ସମୟ ଲାଗିବ। ସୁନିତା ବର୍ତ୍ତମାନ ଆଇଏସ୍‌ଏସ୍‌ର କମାଣ୍ଡର ଦାୟିତ୍ବ ତୁଲାଉଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ଜୁନ୍‌ରେ ସୁନିତା ଓ ୱିଲମୋର ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ରହିବା ପରେ ସେମାନେ ପୃଥିବୀ ପୃଷ୍ଠକୁ ଫେରିବା କଥା। ତେବେ ଷ୍ଟାରଲାଇନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଅସମ୍ଭବ ହୋଇପଡିଥିଲା। ଫଳରେ ଷ୍ଟାରଲାଇନରକୁ ବିନା ମହାକାଶଚାରୀରେ ଫେରାଇ ଅଣାଯାଇଥିଲା।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories