ଭୁବନେଶ୍ଵର : ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିବ କି ନୁହେଁ ତାକୁ ନେଇ ଆଶଙ୍କା ଦେଖାଦେଇଛି। ଆଜି ବି ଗୃହ ସରଗରମ ରହିପାରେ। କଟନୀ ଛଟନୀ ପ୍ରସଙ୍ଗକୁ ନେଇ ବିରୋଧୀ ମାନେ ସରକାରଙ୍କୁ ଘେରିଛନ୍ତି। ଗତକାଲି ଦ୍ଵିତୀୟ ଦିନରେ ଗୃହ ଆରମ୍ଭ ହେବା ପରେ ହଟ୍ଟଗୋଳ କରିଥିଲେ। ତେଣୁ ଆଜି କିଭଳି ସ୍ଥିତି ରହୁଛି, ତା ଉପରେ ସମସ୍ତଙ୍କର ନଜର ରହିଛି। ଆଜି ମହିଳା, ଶିଶୁ ବିକାଶ , ନିର୍ମାଣ , ପର୍ଯ୍ୟଟନ, ମିଶନ ଶକ୍ତି , ଅବକାରୀ, ଆଇନ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଧାନର କଟନୀଛଟନୀ , ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ। ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ।
Popular Categories



