www.samajalive.in
Friday, December 5, 2025
27.1 C
Bhubaneswar

ଆଜି ସରୁଛି ଇ-କେଓ୍ବାଇସି ଡେଡ୍‌ଲାଇନ୍

ଭୁବନେଶ୍ଵର: ରାସନ କାର୍ଡ ଇ-କେଓ୍ବାଇସି ପାଇଁ ଆଜି ପୂରୁଛି ଡେଡଲାଇନ୍ । ତେଣୁ ଯେଉଁ ହିତାଧିକାରୀମାନେ ଇ-କେଓ୍ବାଇସି କରିନାହାନ୍ତି। ଆଜି ହିଁ କରିଦିଅନ୍ତୁ। ଆଉ ଯେଉଁମାନେ ନ କରିବେ , ତାକୁ ସରେଣ୍ଡର କରାଗଲା ବୋଲି ଧରିନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ପରେ ଆଉ ସମୟ ସୀମା ବଢାଯିବ ନାହିଁ। ରାଜ୍ୟରେ ଆହୁରି ଲକ୍ଷାଧିକ ହିତାଧିକାରୀ ଇ-କେଓ୍ବାଇସି କରିନଥିଲେ। ସେମାନଙ୍କ ମଧ୍ୟରୁ କିଛି ଡେଡଲାଇନ୍ ବୃଦ୍ଧି ପାଇଁ ଲିଖିତ ଭାବେ ଜଣାଇବା ପରେ ସରକାର ଗତ ୩୦ ତାରିଖରେ ସମୟ ସୀମାକୁ ସମ୍ପ୍ରସାରଣ କରିଥିଲେ। ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ, ଓ ଯୋଗ୍ୟ ହିତାଧିକାରୀ ଙ୍କୁ ନୂଆ ରାସନ କାର୍ଡ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ଜୁନ୍ ମାସରୁ ଇକେଓ୍ବାଇସି ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥି​‌ଲେ। ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧ , ଜାନୁଆରୀ ୧୫, ଜାନୁଆରୀ ୩୧ ପରେ ଫେବୃଆରୀ ୧୪ ଯାଏଁ ଚତୁର୍ଥଥର ବୃଦ୍ଧି କରିଥିଲେ ରାଜ୍ୟ ସରକାର। ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକ ଚଞ୍ଚକତା କରି ରାସନ କାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ହେବ ।

 

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories