www.samajalive.in
Saturday, December 6, 2025
14.1 C
Bhubaneswar

ତାହାଉର ରାଣାର ପ୍ରତ୍ୟର୍ପଣ ପାଇଁ ଟ୍ରମ୍ପଙ୍କ ସ୍ବୀକୃତି

ୱାଶିଂଟନ: ୨୬ା୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ଷଡଯନ୍ତ୍ରକାରୀ ତାହାଉର ରାଣାର ଭାରତ ପ୍ରତ୍ୟର୍ପଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବୀକ୍ୃତି ପ୍ରଦାନ କରିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପ୍ରତି ଆମେରିକା ଗସ୍ତରେ ଯାଇଥିବାବେଳେ ଟ୍ରମ୍ପଙ୍କ ସହ ଆଲୋଚନା କାଳରେ ରାଣାର ପ୍ରତ୍ୟର୍ପଣ ପ୍ରସଙ୍ଗ ଉଠିଥିଲା। ଟ୍ରମ୍ପ କହିଛନ୍ତି ଯେ ରାଣା ଭଳି ଜଣେ ଦୁର୍ଦାନ୍ତ ଅପରାଧୀକୁ ଭାରତକୁ ହସ୍ତାନ୍ତର କରାଯିବା ଯୁକ୍ତିସଙ୍ଗତ। ଚଳିତବର୍ଷ ଜାନୁଆରୀ ୨୧ରେ ଆମେରିକା ସୁପ୍ରିମକୋର୍ଟ ରାଣାର ରିଭ୍ୟୁ ପିଟିିସନକୁ ଖାରଜ କରିଥିବାରୁ ପ୍ରତ୍ୟର୍ପଣ ବାଟ ପରିଷ୍କାର ହୋଇଥିଲା। ତେବେ ରାଷ୍ଟ୍ରପତିଙ୍କ ଅନୁମୋଦନ ବିନା ଏହା ସମ୍ଭବ ହୋଇପାରିନଥାନ୍ତା। ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ବୀକୃତି ମିଳିଥିବାରୁ ରାଣାକୁ ଭାରତ ଅଣାଯାଇ ଜେରା କରାଯାଇପାରିବ। ମୁମ୍ବଇ ପୁଲିସ ପକ୍ଷରୁ ଦାଖଲ କରାଯାଇଥିବା ୪୦୦ ପୃଷ୍ଠାର ଚାର୍ଜସିଟ୍‌ରେ ରାଣାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଥିବା ଉଲ୍ଲେଖ କରାଯାଇଛି। ୨୦୦୮ ନଭେମ୍ବର ୨୬ରେ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତୋଇବା ସଂଗଠନର ୧୦ ଜଣ ଆତଙ୍କବାଦୀ ଜଳପଥରେ ମୁମ୍ବଇରେ ପ୍ରବେଶ କରିବା ସହ ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଥିଲେ। ଏଥିରେ ୨୬ ବିଦେଶୀ ନାଗରିକଙ୍କ ସମେତ ମୋଟ ୧୬୬ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନରେ ୯ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଧରାପଡିଥିବା ଏକମାତ୍ର ଆତଙ୍କବାଦୀ ଆଜମଲ କସାବକୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories