ଭିଜିଲାନ୍ସ ପଞ୍ଝାରେ କୋଟିପତି ସମବାୟ ଅଧିକାରୀ

୨.୭୧ କୋଟି ଟଙ୍କାର ସମ୍ପତ୍ତି ଠାବ; ନଗଦ ୨.୯୮ଲକ୍ଷ, ୬୨.୨୭ ଲକ୍ଷର ବ୍ୟାଙ୍କ ଜମା ଓ ବୀମା

ସୁନ୍ଦରଗଡ଼: ରାଜସ୍ବ, ପଞ୍ଚାୟତ ବିଭାଗ ପରେ ବର୍ତ୍ତମାନ ଭିଜିଲାନ୍ସର ନଜର ପଡ଼ିଛି ସମବାୟ ବିଭାଗ ଉପରେ । ବିଗତ ଦିନରେ ସମବାୟ ବିଭାଗରେ ବହୁ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିବା ବେଳେ ଏହି ବିଭାଗରୁ ଡେପୁଟେସନରେ ଆସି ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ବିଭାଗ ତୀକ୍ଷ୍ଣ ନଜର ରଖିଥିଲା । ଆଜି ସମବାୟ ବିଭାଗର ନିରୀକ୍ଷକ ତଥା ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସଂପାଦକ ବନମାଲୀ ନାଏକଙ୍କ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ ଚଢ଼ାଉ କରି ୨.୭୧ କୋଟିର ସମ୍ପତ୍ତି ଠାବ କରିଥିବା ବେଳେ ଚଢ଼ାଉ ଓ ହିସାବକିତାବ ଜାରି ରହିଛି । ବିଭାଗୀୟ ସୂତ୍ରରୁ ପ୍ରକାଶ, ଶ୍ରୀ ନାଏକଙ୍କ ବିରୁଧରେ ଆୟବର୍ହିଭୂତ ସମ୍ପତ୍ତି ରଖିଥିବାର ଖବର ପାଇ ରାଉରକେଲା ଭିଜିଲାନ୍ସ ଏସ.ପିଙ୍କ ନିର୍ଦେଶକ୍ରମେ ଡି.ଏସ.ପି. ବିରେନ୍ଦ୍ର ନାଏକଙ୍କ ନେତୃତ୍ବରେ ଅନ୍ୟ ୪ଡି.ଏସ.ପି, ୭ ଇନ୍ସପେକ୍ଟର, ୪ଏଏସଆଇ ଓ ଅନ୍ୟ ଅଧିକାରୀମାନେ ହଠାତ ଆଜି ସକାଳୁ ଚଢ଼ାଉ ଆରମ୍ଭ କରିଥିଲେ ।

 

prayash

ସଂପାଦକ ନାଏକଙ୍କ ସହରସ୍ଥିତ ଘରୁ ନଗଦ ୨.୯୮ଲକ୍ଷ ଟଙ୍କା, ୨୧୭ ଗ୍ରାମ ସୁନା ଗହଣା ଜବତ କରାଯିବା ସହ ଦୁଇଟି ତିନି ମହଲା ସୁରମ୍ୟ ଘର, ଗୋଟିଏ ଦୁଇତାଲା ଘର ସମେତ ତାଙ୍କ କାର୍ଯ୍ୟାଳୟ ଓ ସଂପର୍କୀୟଙ୍କ ଘର ଉପରେ ଚଢ଼ାଉ କରି ୪ଟି ପ୍ଲଟର କାଗଜପତ୍ର ଇତ୍ୟାଦି ଜବତ କରିବା ସହ ୬୨.୨୭ ଲକ୍ଷର ବ୍ୟାଙ୍କ ଜମା ଓ ବୀମା ଠାବ କରାଯାଇଛି । ସବୁଠାରୁ ଉଲ୍ଲେଖନୀୟ କଥା ସହର ମଧ୍ୟରେ ଥିବା ଘରର ମୂଲ୍ୟ ୧କୋଟିରୁ ଉର୍ଦ୍ଧ ହେବ ବୋଲି ବିଭାଗ ଆକଳନ କରିଛି । ଏ ଖବର ଲେଖା ହେଲା ବେଳକୁ ଚଢ଼ାଉ ଜାରି ରହିଛି । ବିଭାଗର ଏହି ଚଢ଼ାଉରେ ଜିଲାର ଅନ୍ୟ ଲାଞ୍ଚୁଆ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

kalyan agarbati

Comments are closed.