ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ
କୋଇଡା : ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ମାଲଦା ଗ୍ରାମପଞ୍ଚାୟତର ଗନୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗନୁଆ ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ରକରି ଏପରି ଘଟିଥିବା ଜଣାପଡିଛି। ମୃତକ ସ୍ୱାମୀଙ୍କ ନାମ ପ୍ରଦୀପ ପେଣ୍ଠଇ ଓ ସ୍ତ୍ରୀଙ୍କ ନାମ ରେବତୀ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ କୌଣସି କାରଣ ଯୋଗୁଁ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ସମୟରେ ପ୍ରଦୀପ ଉତ୍ୟକ୍ତ ହୋଇ ଏକ କାଠଫାଳିଆରେ ରେବତୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ପରେ ପ୍ରଦୀପ ସମସ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରଦୀପ ନିଜର ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଦମ୍ପତ୍ତିଙ୍କ ମଧ୍ୟରେ ୩ଟି ସନ୍ତାନ ଥିବା ଜଣାପଡିଛି।
Comments are closed.