www.samajalive.in
Sunday, December 7, 2025
23.1 C
Bhubaneswar

୨୨ରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଗ୍ରୀଷ୍ମକାଳୀନ ଅବକାଶ

କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଗ୍ରୀଷ୍ମକାଳୀନ ଅବକାଶ ଚଳିତମାସ ୨୨ରୁ ଆରମ୍ଭ ହେବ। ୨୦ ଓ ୨୧ ତାରିଖ (ଶନିବାର ଓ ରବିବାର)ଦୁଇଦିନ ଛୁଟି ଥିବାରୁ ଅଦାଲତ କାର୍ଯ୍ୟ ବନ୍ଦ ରହିବ। ଆସନ୍ତା ଜୁନ୍‌ ୨୦ ପର୍ଯ୍ୟନ୍ତ ଏହି ଗ୍ରୀଷ୍ମକାଳୀନ ଅବକାଶ ବଳବତ୍ତର ରହିବ। ସେହିପରି କେନ୍ଦ୍ରୀୟ ନ୍ୟାୟିକ ପ୍ରାଧିକରଣ(କ୍ୟାଟ୍‌)କଟକ ବେଞ୍ଚର ଗ୍ରୀଷ୍ମକାଳୀନ ଅବକାଶ ଆସନ୍ତା ୨୨ରୁ ଆରମ୍ଭ ହୋଇ ଜୁନ୍‌ ୧୯ରେ ଶେଷ ହେବ। ଚଳିତମାସ ୨୩ ଓ ୩୧ ଏବଂ ଜୁନ୍‌ ୧୪ ତାରିଖରେ ଅବକାଶକାଳୀନ ଅଦାଲତରେ ଅତିଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରାଯିବ। ତେବେ କ୍ୟାଟ୍‌ଙ୍କ ରେଜିଷ୍ଟ୍ରି ଏହି ଅବଧି ମଧ୍ୟରେ ଦିନ ୧୦.୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମାମଲା ଗୁଡିକର ଆବେଦନ ଗ୍ରହଣ କରିବେ। ଜୁନ୍‌ ୨୦ରେ ପ୍ରାଧିକରଣ ଯଥାବିଧି କାର୍ଯ୍ୟ କରିବ ବୋଲି କ୍ୟାଟ୍‌ କଟକ ବେଞ୍ଚ ପକ୍ଷରୁ ଯୁଗ୍ମ ରେଜିଷ୍ଟାର ପି. ପଣ୍ଡା ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories