ସ୍ବାସ୍ଥ୍ୟ ପାଇଁ ଚିନିର ବ୍ୟବହାର ସମ୍ବନ୍ଧୀୟ ଟିପ୍ସ
ଚିନିକୁ ନେଇ ଆପଣ ବହୁତ କଥା ଶୁଣିଥିବେ। ଏହାକୁ ନେଇ ବିଭିନ୍ନ ନକରାତ୍ମକ କଥା ଶୁଣିଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ଚିନିରେ କାର୍ବୋହାଇଡ୍ରେଟ୍ ରହିଛି। ଆମ ଖାଦ୍ୟରେ ୫୦ରୁ ୬୦ ପ୍ରତିଶତ ଶକ୍ତି କାର୍ବୋହାଇଡ୍ରେଟରୁ ମିଳିଥାଏ। ଚିନିରେ ସୁକ୍ରୋଜ, ଫ୍ରୁକଟୋଜ, ଗ୍ଲୁକୋଜ ଓ ଲାକ୍ଟୋଜ ରୂପରେ କାର୍ବୋହାଇଡ୍ରେଟ୍ରେ ରହିଛି। ଆସନ୍ତୁ ଜାଣିବା ଚିନି ସମ୍ବନ୍ଧୀୟ କିଛି ତଥ୍ୟ ବିଷୟରେ ..
ଚିନି ମୋଟାପଣ ଓ ମଧୁମେହ ପରି ରୋଗକୁ ବୃଦ୍ଧି କରିଥାଏ ବୋଲି କୁହାଯାଇଛି। ଚିନିର ବହୁଳ ବ୍ୟବହାର ଦ୍ବାରା ଏହି ସମସ୍ତ ରୋଗ ହୋଇଥାଏ ବୋଲି କୁହାଯାଏ। ତେଣୁ ନିୟମିତ ବ୍ୟାୟାମ ଓ ଯୋଗ କରିବା ଦ୍ବାରା କିଛି ରୋଗରୁ ମୁକ୍ତି ମିଳିଥାଏ। ଚିନିର ଅଧିକ ସେବନ ଦ୍ବାରା ଅସ୍ଥିରତା, ଭୋକ ଅଧିକ ହେବା ଓ ମାନସିକ ଚିନ୍ତାରେ ପରିବର୍ତ୍ତନ ଦେଖା ଦେଇଥାଏ।
ଚିନିର ଦାନାରେ ଫ୍ୟାଟ ଅଧିକ ମାତ୍ରାରେ ରହିଛି। ଚିନି ଅଧିକ ମିଠା ହୋଇଥିବା ଯୋଗୁଁ ତାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଧଳା ଚିନି ସ୍ବାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ଅଟେ।
ତେଣୁ ଧଳା ଚିନିର ସେବନ କମ କରିବା ଉଚିତ। କାରଣ ଏହାକୁ ନିୟମିତ ଖାଇବା ଦ୍ବାରା ହୃଦଘାତ, ଆଣ୍ଠୁଗଣ୍ଠି ବିନ୍ଧା, ମୋଟାପଣ ଓ ମଧୁମେହ ରୋଗ ହୋଇଥାଏ।
ତେଣୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଧଳା ଚିନିର ସେବନ କମ କରି ଦିଅନ୍ତୁ। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଅନେକ ରୋଗ ଠାରୁ ଦୂରେଇ ରଖିବ।