www.samajalive.in
Tuesday, December 9, 2025
15.1 C
Bhubaneswar

ବର୍ଷାଜଳ ଖଲାସ ନହେବାରୁ ଦୁଇ ହଜାର ହେକ୍ଟର ଧାନଜମି ଜଳମଗ୍ନ; ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ସୁଆଣ୍ଡୋ/ସାକ୍ଷୀଗୋପାଳ:ପୁରୀଜିଲା ନୂଆଗାଁ ଡ୍ରେନେଜରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଦୁଇ ହଜାର ହେକ୍ଟର ଧାନଜମି ଜଳମଗ୍ନ ହୋଇପଡିଛି। ପ୍ରତିବର୍ଷ ଏହି ସମସ୍ୟା ଲାଗି ରହିଥିବା ଦୃଷ୍ଟିରୁ ଏ ଅଞ୍ଚଳର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଲଘୁଚାପଜନିତ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ନିରାକରଣ ପାଇଁ ଚାଷୀମାନେ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଡ୍ରେନେଜ ବିଭାଗ ନିର୍ବାହୀଯନ୍ତ୍ରୀ ଭଗବାନ ଦାଶ, ଉପଖଣ୍ଡ ଅଧିକାରୀ ଦେବେନ୍ଦ୍ର ନାରାୟଣ ଷଢଙ୍ଗୀ ସହକାରୀ ଯନ୍ତ୍ରୀ ସଞ୍ଜୟ ପଣ୍ଡା ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ସହକାରୀ କୃଷି ଅଧିକାରୀ ସାନା ସୁଚରିତା ପ୍ରଧାନ, ବ୍ଲକ ଚେୟାରମ୍ୟାନ ସସ୍ମିତା ପ୍ରଧାନ, ଜିଲାପରିଷଦ ସଭ୍ୟ ଧୃବଚରଣ ଦାଶଙ୍କ ସମେତ ଆରଆଇ ସରପଞ୍ଚ ସ୍ଥିତି ଅନୁଧ୍ୟାନ କରିଥିଲେ। ଡ୍ରେନେଜ ଖୋଳିବା ପାଇଁ ଆଠକୋଟି ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ସରିଛି। ଚଉଦ ମାସରେ କାମ ସରିବ ଓ ତୁରନ୍ତ କ୍ଷୟକ୍ଷତି ଆକଳନ କରି ତହସିଲଦାର ସରକାରଙ୍କୁ ରିପୋର୍ଟ ଦେବାକୁ ବିଧାୟକ ଶ୍ରୀ ସାମନ୍ତରାୟ ନିର୍ଦ୍ଦେଶ ଦେଇଥିଲେ।


ପୂର୍ବ ସତ୍ୟବାଦୀ ଅଞ୍ଚଳର ବଳରାମପୁର ଗଡ଼, ପରଜାପଡା, ରାୟଖଣ୍ଡି, ମହୁରା, କେତକୀପାଟଣା ଓ ବିଦ୍ୟାଧର ପୁର ପଞ୍ଚାୟତ ଅନ୍ତର୍ଗତ ୨୪  ଗୋଟି ମୌଜାର ୨୪୦୦୦  ହେକ୍ଟର ଧାନ ଜମିରେ ଆଜି ପର୍ଯ୍ୟନ୍ତ ଦୀର୍ଘ ୮ ଦିନ ହେଲାଣି ବନ୍ୟା ଜଳ ରହିଅଛି। ଧାନ ଫସଲ ପାଣିରେ ବୁଡି ରହିଛି। ନୂଆଗାଁ ରାଇଟ ଡ୍ରେନରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ଏଭଳି ସମସ୍ୟା  ସୃଷ୍ଟି ହୋଇଛି।
ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବିଧାୟକ ଏହି ଅବସରରେ ଘୋଷଣା କରିଥିଲେ ଯେ ନୂଆଗାଁ ରାଇଟ ଡ୍ରେନର ବ୍ରାହ୍ମଣ ଖଣ୍ଡି ଠାରୁ ନୂଆଗାଁ ପର୍ୟ୍ୟନ୍ତ ୧୩.୫   କିଲୋମିଟର ଖନନ ନିମନ୍ତେ ୩.୬୫   କୋଟି ଟଙ୍କା ଟେଣ୍ଡର ହୋଇଅଛି। ଏହି ଡ୍ରେନ ୧୦  ରୁ ୨୦   ମିଟର ଓସାର ଓ ୧.୫  ମିଟର ଗଭୀରରେ ଖନନ କରାଯିବ. ଏହି ମୁଖ୍ୟ ଡ୍ରେନରେ ପଡ଼ିଥିବା ୧୩  ଗୋଟି ଲିଙ୍କ ଡ୍ରେନ ମଧ୍ୟ ଖନନ କରାଯିବ. ଏଗୁଡିକର ଲମ୍ୱ ପ୍ରାୟ ୨୫   କିଲୋମିଟର. ଆସନ୍ତା ଜାନୁଆରୀ ମାସରୁ ଏହି କାର୍ୟ୍ୟ ଆରମ୍ଭ ହେବ. ଏହି ଡ୍ରେନ ଖନନ ହେଲେ ଏହି ଅଞ୍ଚଳର ଦୀର୍ଘ ଦିନର ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରିବ। ବିଧାୟକଙ୍କ ସ୍ଥିତି ଅନୁଧ୍ୟାନ ସମୟରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories