www.samajalive.in
Sunday, December 7, 2025
14.1 C
Bhubaneswar

କନକଲତା ମୃତ୍ୟୁ ମାମଲା; ସିବିଆଇ ତଦନ୍ତ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ

ଧର୍ମଗଡ଼: ବହୁ ଚର୍ଚ୍ଚିତ ଗୋଲାମୁଣ୍ଡା ବ୍ଲକ କନକଲତା ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଦ୍ଵିତୀୟ ଥର ଦାବି ଉଠିଛି । ପୂର୍ବରୁ ବହୁଜନ ଛାତ୍ର ସଂଗଠନ ତରଫରୁ ଗତ ଅଗଷ୍ଟ ୨୨ରେ ଭବାନୀପାଟଣାଠାରେ ସିବିଆଇ ତଦନ୍ତ ଦାବିରେ ରାସ୍ତାରୋକ କରାଯାଇଥିଲା। ଗୁରୁବାର ପୁଣିଥରେ ସିବିଆଇ ତଦନ୍ତ ଦାବିରେ ବିଭିନ୍ନ ସଂଗଠନ ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ସଂଗଠନ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ପ୍ରାୟ ୨୦ହଜାର ଲୋକଙ୍କ ଏକ ବିରାଟ ପଟୁଆରରେ ବିଭିନ୍ନ ସ୍ଲୋଗାନ ଦେଇ ଭବାନୀପାଟଣା କଲେଜ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଅଭିଯୁକ୍ତକୁ ୩୦୨ଦଫାରେ ଗିରଫ, ଘଟଣାର ସିବିଆଇ ତଦନ୍ତ ଓ ମୃତ କନକଲତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏହି ଗଣବିକ୍ଷୋଭ କରଯାଇଥିଲା। ଏହାସହ କଳାହାଣ୍ଡି ପୁଲିସର ପକ୍ଷପାତ ତଦନ୍ତକୁ ନିନ୍ଦା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୬ ତାରିଖ ମଙ୍ଗଳବାର ଦିନ କନକ ନିକଟସ୍ଥ ଚିଚିଆ ହାଇସ୍କୁଲକୁ ପଢିବାକୁ ଯାଇ ଘରକୁ ଫେରି ନଥିଲେ । ଝିଅ ଘରକୁ ଫେରିବାରେ ବିଳମ୍ବ ହେବା ଦେଖି ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ । ପରବର୍ତ୍ତୀ ସମୟରେ ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛରେ ଓଢଣୀ ଫାସରେ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖି ଝିଅର ବାପା, ମାଆ ଓ ପୁଲିସକୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ପରିବାର ଓ ପୁଲିସ ପହଞ୍ଚିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଖବର ପ୍ରଚାରିତ ହେବା ପରେ କଂଗ୍ରେସ ତରଫରୁ ମୃତଦେହ ରଖି ରାସ୍ତା ଅବରୋଧ କରାଯାଇଥିଲା । ପରେ ବିଭିନ୍ନ ସଂଗଠନ ଘଟଣାର ସମ୍ଵେଦନଶୀଳତା ଦେଖି ନ୍ୟାୟ ଦାବୀ କରିଥିଲେ। ଝିଅର ମୃତ୍ୟୁ ନେଇ ପିତାମାତା ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ସନ୍ଦେହରେ ପୁଲିସ ତିନି ଜଣଙ୍କୁ ଅଟକ ରଖି ୩୦୨, ୩୪ ଆଇପିସି ହତ୍ୟା ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଥିଲା । ଶେଷ ମୁହୂର୍ତ୍ତରେ ଅର୍ଥାତ୍ ଘଟଣାର ୬ଦିନ ପରେ ତା ୨୨/୮ରେ ପୁଲିସ ସୁରଜ ହଂସ ନାମକ ଯୁବକକୁ ଭାରତୀୟ ପିଙ୍ଗଳ କୋଡ଼ ଦଫା୩୦୬ରେ ଗିରଫ କରି କୋର୍ଟ ଚାଲାଣ କରିସାରିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories