www.samajalive.in
Sunday, December 7, 2025
15.1 C
Bhubaneswar

ଆହୁରି ବଢିବ ଶୀତ, ୧୦ ଜିଲ୍ଲାକୁ ଘନ କୁହୁଡି ସତର୍କତା

ଭୁବନେଶ୍ବର: ରାଜ୍ୟରେ ଶୀତର ଲହରୀ ଲାଗି ରହିଛି। ଦୁଇ ଦିନ ପରେ ପୁଣି ଖସିବ ପାରଦ। ପ୍ରବଳ ଶୀତରେ ଥରିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା। ଆଗାମୀ ଦୁଇ ଦିନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ୭ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। କନ୍ଧମାଳ ଜିଲାର ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀକୁ ଖସିଛି। ଜିଲାର ଦାରିଙ୍ଗବାଡ଼ିରେ ପାରଦ ୮.୫ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬.୫ଡିଗ୍ରୀ ରହିଛି। ସେମିଳିଗୁଡାରେ ୫.୬, ରାଉରକେଲା ୮.୫, କେନ୍ଦୁଝର ୯.୪, ଝାରସୁଗୁଡ଼ା ୯.୬, ସୁନ୍ଦରଗଡ଼ ୧୦.୨, ଅନୁଗୋଳ ୧୦, ବାରିପଦା ୧୧.୫, ତାଳଚେର ୧୦.୮, ଭବାନୀପାଟଣା ୧୧, କୋରାପୁଟ ୧୧.୫, ଢେଙ୍କାନାଳ ୧୧.୯, ଭୁବନେଶ୍ବର ୧୩.୬ ଏବଂ କଟକରେ ୧୨.୫ ଡିଗ୍ରୀ ରହିଛି। ଅନ୍ୟାନ୍ୟ ଜିଲାରେ ପାରଦ ୧୫ଡିଗ୍ରୀ ତଳେ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories