www.samajalive.in
Saturday, December 6, 2025
26.1 C
Bhubaneswar

ସାଂସ୍କୃତିକ ଜାଗରଣ ସୃଷ୍ଟି କରୁଛି ଧନୁଯାତ୍ରା

ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାରାଜ କଂସଙ୍କ ରାଜଦରବାରରେ ଶନିବାର ‘ସମାଜ’ର ବରଗଡ଼ ଧନୁଯାତ୍ରା ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। ମହାରାଜ କଂସ ଏହି ବିଶେଷାଙ୍କକୁ ଉନ୍ମୋଚନ କରିଥିଲେ। ରାଜଅତିଥି ଭାବେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦାନ କରି କହିଲେ ଯେ ‘ସମାଜ’ ସର୍ବଦା ସାଧାରଣ ଲୋକଙ୍କ ସ୍ବର ହୋଇ ରହିଛି। ଦୀର୍ଘ ୧୦୫ ବର୍ଷ ଧରି ‘ସମାଜ’ ଏହି ଦାୟିତ୍ବ ସଫଳତାର ସହ ନିର୍ବାହ କରି ଆସିଛି ଓ ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟଧାରା ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ। ସାତ ଦଶନ୍ଧି ପୂର୍ବେ ଯେଉଁ ଉଦ୍ୟୋକ୍ତାମାନେ ଧନୁଯାତ୍ରାର ଶୁଭାରମ୍ଭ କରି କୃଷ୍ଣ ଭକ୍ତିଭାବର ପ୍ରଚାରପ୍ରସାର ପାଇଁ ଉଦ୍ୟମ କରିଥିଲେ ସେମାନଙ୍କ ସ୍ମୃତିଚାରଣ କରି ଏହାର ପ୍ରଚାର ପ୍ରସାର ସକାଶେ ‘ସମାଜ’ ସର୍ବଦା ଆନ୍ତରିକ ଭାବେ ଉଦ୍ୟମ କରି ଆସିଛି। ସେଥି ସକାଶେ ଆଜି ଏହି ବିଶେଷାଙ୍କ କରାଯାଇଛି ବୋଲି ସେ କହିଥିଲେ।

ସଂପ୍ରତି ସବୁ ସୀମା ସରହଦ ପାରି କରି ଏକ ସାଂସ୍କୃତିକ ଜାଗରଣ ସୃଷ୍ଟି କରୁଛି ଧନୁଯାତ୍ରା। କଳାକାରଙ୍କ ମହାକୁମ୍ଭ ଏହି ଯାତ୍ରା। ସାଂସ୍କୃତିକ ବିଭବରେ ମଣ୍ଡିତ ହେବା ସହ ଧନୁଯାତ୍ରାର ମଞ୍ଚ ନୂତନ କଳାକାର ସୃଷ୍ଟି କରିବାର ପ୍ରକୃଷ୍ଟ କ୍ଷେତ୍ର ହୋଇଛି। ଏହି ଯାତ୍ରା ଆହୁରି ଉଚ୍ଚସ୍ତରକୁ ଯାଉ, ଏହାର ପ୍ରସିଦ୍ଧି ସୁଦୂରବ୍ୟାପୀ ହେଉ ଓ ଏହା ଉଚ୍ଚତର ଶିଖରକୁ ପହଞ୍ଚୁ ବୋଲି ଡ. ଆଚାର୍ଯ୍ୟ କହିଥିଲେ।

- Advertisement -

ଅନ୍ୟତମ ଅତିଥି ସମ୍ବଲପୁର ସିଆରପିଏଫ ଡିଆଇଜି ସଞ୍ଜୟ କୁମାର ସିଂ କହିଲେ ଯେ ସିଆରପିଏଫ ଯବାନମାନେ ଦେଶ ଓ ମାଟିର ସୁରକ୍ଷା ପାଇଁ ଅହରହ ସଂଗ୍ରାମ ଜାରି ରଖିଛନ୍ତି। ଯେକୌଣସି ପରିସ୍ଥିତିରେ ମଧ୍ୟ ଦେଶମାତୃକାର ସେବା କରିବାକୁ ସିଆରପିଏଫ ପ୍ରତିଶ୍ରୁତିବଦ୍ଧ। ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ବର ଶତପଥୀ ସଭା ସଞ୍ଚାଳନ କରିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories