www.samajalive.in
Monday, December 15, 2025
24.1 C
Bhubaneswar

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଦାବି

ପାଟନା: ଜନସଂଖ୍ୟା ନିୟନ୍ତ୍ରଣ ନିହାତି ଜରୁରୀ। ସାମାଜିକ ସ୍ତରରେ ସମନ୍ବୟ ରକ୍ଷା କ୍ଷେତ୍ରରେ ଜନସଂଖ୍ୟା ନିୟନ୍ତ୍ରଣ ଗୁରୁତ୍ଵପୂର୍ଣ୍ଣ। ତେଣୁ ଏଥିପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଦାବି କରିଛନ୍ତି।

ଗିରିରାଜ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଦେଶର ବିକାଶ ଏବଂ ସାମାଜିକ ସୌହାର୍ଦ୍ଦ୍ୟ ରକ୍ଷା ଦିଗରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗର ମହତ୍ଵପୂର୍ଣ୍ଣ ଭୂମିକା ରହିଛି। ଲୋକମାନେ ଏହି ପ୍ରସଙ୍ଗକୁ ଧର୍ମ କିମ୍ବା ଭୋଟ ବ୍ୟାଙ୍କ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ।

- Advertisement -

ଗଣମାଧ୍ୟମ ସହିତ ଆଲୋଚନା ବେଳେ ବିହାରର ଏହି ବରିଷ୍ଠ ବିଜେପି ନେତା ଜଣକ କହିଛନ୍ତି, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ଏକ କଠୋର ଆଇନ ଅଣାଯିବା ଦରକାର। ଏ ସମ୍ପର୍କରେ ସଂସଦରେ ଆଲୋଚନା କରାଯିବା ଉଚିତ। ସୂଚନାଯୋଗ୍ୟ, ବିହାରରେ ଲଭ୍‌ ଜିହାଦ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଲାଗୁ କରିବା ସକାଶେ ଗିରିରାଜ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନିକଟରେ ଦାବି କରିବାର ସପ୍ତାହକ ପରେ ଏହି କଥା କହିଛନ୍ତି।

ଗିରିରାଜ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ହୃଦୟଙ୍ଗମ କରିବା ଉଚିତ ଯେ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଲଭ୍‌ ଜିହାଦକୁ ରୋକିବା ସାମାଜିକ ସୌହାର୍ଦ୍ଦ୍ୟ ସହିତ ଜଡିତ ଏବଂ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ କରିବା ସହ ଏହା ସମାନ ନୁହେଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories