www.samajalive.in
Saturday, December 6, 2025
15.1 C
Bhubaneswar

ପଡ଼ୋଶୀଙ୍କ ବିଭତ୍ସ କାଣ୍ଡ; ପାରିବାରିକ ଶତ୍ରୁତା ନେଲା ଶିଶୁର ଜୀବନ, ମହିଳା ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରେ ଏକ କୂଅରୁ ଶିଶୁପୁତ୍ରର ମୃତଦେହ ମିଲିଥିବା ମାମଲରେ ଶୁକ୍ରବାର ଜଣେ ମହିଳା ଗିରଫ ହୋଇଛନ୍ତି। ଉକ୍ତ ମହିଳା ଜଣଙ୍କ ତାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତି କାଲିଠୁ ଥାନାରେ ଆଟକ ଥିଲେ। ଆଜି ପଡୋଶୀ ମହିଳାଙ୍କୁ ପୁଲିସ ଗିରଫ କରିଛି । ଗିରଫ ମହିଳା ଶିଶୁକୁ ହତ୍ୟା କରିଥିବା ପୁଲିସ ଆଗରେ ମାନିଛନ୍ତି। ପଡୋଶୀ ମହିଳା ଜଣଙ୍କ ଶିଶୁପୁତ୍ରକୁ ଶ୍ବାସରୁଦ୍ଧ କରି କୂଅରେ ଫିଙ୍ଗି ଦେଇଥିବା ସୂଚନା। ପାରିବାରିକ ଶତ୍ରୁତାରୁ ମହିଳା ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକେ କାଳିଆର ଖୋଜ ଖବର ପାଇ ନ ଥିଲେ। ତେବେ ନିଖୋଜ ହେବାର ୧୨ ଘଣ୍ଟା ପରେ ଗୁରୁବାର ସକାଳୁ ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଥିଲା। ତା’ ମୁଣ୍ଡରେ ଆଘାତ ଲାଗିଥିଲା। ଶିଶୁଟିକୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ସନ୍ଦେହ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories