ଜିଲା ସ୍ତରୀୟ ବିକାଶ ମେଳା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ: ପ୍ରଗତି ର ନୂତନ ସୂର୍ଯ୍ୟୋଦୟ ତଥା ଜିଲ୍ଲା ସ୍ତରୀୟ ବିକାଶ ମେଳା ଅବସରରେ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଆସିଥିଲା କଳାକାରଙ୍କ ଚିତାକର୍ଶକ ନୃତ୍ୟ ଦର୍ଶକ ମାନଙ୍କ ମନ ମୋହୁଛି।

ଫିରିଙ୍ଗିଆ ର ଆଦିବାସୀ ନୃତ୍ୟ, ଦାରିଙ୍ଗିବାଡ଼ି ର ସମ୍ବଲପୁରୀ ନୃତ୍ୟ, ଫୁଲବାଣୀ ନୂଆଁଖାଇ ନୃତ୍ୟ, ତୁମୁଡ଼ିବନ୍ଧ, କୋଟଗଡ଼,ଫୁଲବାଣୀ ୯ ରାଇକିଆ . ଜି.ଉଦୟଗିରି , ଟିକାବାଲି , ଖଜୁରିପଡା , ଆଦିର ପାରମ୍ପରିକ ଆଦିବାସୀ ନୃତ୍ୟ ସହିତ ଦ୍ୱିତୀୟ ଦିନ ମଧ୍ୟ କନ୍ଧମାଳ ଜିଲା ସମେତ ଫୁଲବାଣୀ ସହରର ବହୁ ଅନୁଷ୍ଠାନ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିକାଶ ମେଳା ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଷ୍ଟଲ୍ ଖୋଲାଯାଇଅଛି।

ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ମିଳିତ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ଯୋଗ ଦେବା ସହ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମା ସେଠୀ ଓ ଜିଲା ସୂଚନା ଲୋକ ସଂପର୍କ ଅଧିକାରୀ ପ୍ରଭାକର ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।

Comments are closed.