୬,୧୩୮ କୋଟି ଟଙ୍କାରେ ବିସିସିଆଇ ମିଡିଆ ରାଇଟସ୍‌ ଜିତିଲା ଷ୍ଟାର ନେଟଓ୍ୱର୍କ

0

ନୂଆଦିଲ୍ଲୀ:  ଷ୍ଟାର ଟେଲିଭିଜନ ନେଟଓ୍ୱର୍କ ୬,୧୩୮ କୋଟି ଟଙ୍କାରେ ବିସିସିଆଇର ମିଡିଆ ରାଇଟସ୍‌କୁ ହାସଲ କରିଛି ।  ଭାରତ ଓ ସାରା ବିଶ୍ୱ ପାଇଁ ସେ ଏହି ଅଧିକାର ହାସଲ କରିଛି ।  ଷ୍ଟାର ୫ ବର୍ଷ ପାଇଁ ଏହି ଅଧିକାର ପାଇଛି । ୨୦୧୮-୧୯,୨୦୧୯-୨୦,୨୦୨୦-୨୧,୨୦୨୧-୨୨,୨୦୨୨-୨୩ ପାଇଁ ଏହି ପ୍ରସାରଣ ଅଧିକାର ଷ୍ଟାର ହାସଲ କରିଛି । ୨୦୧୮-୧୯ରେ ଭାରତ ୧୮ଟି ମ୍ୟାଚ ଖେଳିବାକୁ ଥିବା ବେଳେ ୨୦୧୯-୨୦ରେ ୨୬ଟି , ୨୦୨୦-୨୧ରେ ୧୪ ଟି  ୨୦୨୧-୨୨ରେ ୨୩ଟି, ୨୦୨୨-୨୩ରେ ୨୧ଟି   ମ୍ୟାଚ ଖେଳିବ ।

୨୦୧୮-୨୨ ପର୍ଯ୍ୟନ୍ତ ଆଇପିଏଲ୍‌ର ପ୍ରସାରଣ ଅଧିକାର ଷ୍ଟାର ହାସଲ କରିଛି । ମୁଖ୍ୟତଃ ଷ୍ଟାର, ସୋନି ଓ ରିଲାଏନ୍ସ ଜିଓ ମଧ୍ୟରେ ଏହି ପ୍ରସାରଣ ଅଧିକାର ପାଇଁ ନିଲାମ ପ୍ରକ୍ରିୟା ଚାଲିଥିଲା । ବିସିସିଆଇ ଦ୍ୱାରା ପ୍ରଥମ ଇ- ଅକ୍ସନ କରାଯାଇଥିଲା ।

୨୦୧୨-୧୮ ମଧ୍ୟରେ ଭାରତରେ ଅନୁଷ୍ଠିତ ମ୍ୟାଚ ଗୁଡିକର ପ୍ରସାରଣ ଅଧିକାର ପାଇଁ ଷ୍ଟାର ଇଣ୍ଡିଆ ୩୮୫୧ କୋଟି ଟଙ୍କା ଦେଇଥିଲା ।

ଏହି ନିଲାମ ପ୍ରକ୍ରିୟାରେ ୬ ଟି କମ୍ପାନୀ ଭାଗ ନେଇଥିଲା । ଫେସ୍‌ବୁକ୍‌ ଓ ଗୁଗୁଲ ବି ଏଥିପାଇଁ ଆବେଦନ କରିଥିଲେ । ମାତ୍ର ଯାଞ୍ଚ ପରେ ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓ ସୋନି ପିକ୍‌ଚରସ୍‌ ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply