ସମତା ଦିବସ : ଜଗଜୀବନ ରାମଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

0

ନୂଆଦିଲ୍ଲୀ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ଜୟନ୍ତୀ ଅବସରରେ ସମତା ଦିବସ ପାଳନ କରାଯାଉଛି । ଏହି ଉପଲକ୍ଷେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସମତା ସ୍ଥଳ ସ୍ଥିତ ତାଙ୍କ ସମାଧିରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚନ୍ଦ ଗେହେଲଟ ଓ ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‍ ବାର୍ତ୍ତାରେ ବାବୁ ଜଗଜୀବନ ରାମଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜଗଜୀବନ ରାମ ପ୍ରଥମରୁ ‘କଠୋର ପରିଶ୍ରମୀ ଥିଲେ ଓ ନିଜକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ । ସେ ତାଙ୍କର ଅବଦାନ ପାଇଁ ଚିରସ୍ମରଣୀୟ ହୋଇ ରହିବେ’ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି । ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦକ୍ଷ ପ୍ରଶାସକ ଭାବେ ଭାରତକୁ ତାଙ୍କର ସେବା ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ।

Leave A Reply