ଖୁଣ୍ଟକଟାରେ ନୂତନ ରାମମନ୍ଦିର ପ୍ରତିଷ୍ଠା
ଆଠଗଡ : ଖୁଣ୍ଟକଟା ଗ୍ରାମରେ ନବନିର୍ମିତ ଶ୍ରୀରାମ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଙ୍କୁରାରୋପଣ ଓ ଧ୍ୟାନାଧିବାସ ପରେ ଗୁରୁବାର ୩୫୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ସାପୁଆ ନଦୀରୁ ଜଳକଳସ ଧାରଣ କରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନବ ନିର୍ମିତ ମନ୍ଦିରରେ ପହଞ୍ଚିବା ପରେ କଳସ ସ୍ଥାପନା କରାଯାଇ ଯଜ୍ଞକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶୁକ୍ରବାର ଓ ଶନିବାର ଶ୍ରୀ ଜୀଉଙ୍କର ବିଭିନ୍ନ ପୂଜାବିଧି ସହିତ ଷୋଡଶ ଉପଚାର ପୂଜା, ବିଗ୍ରହଙ୍କର ନଗର ପରିକ୍ରମା ପରେ ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ସଂପନ୍ନ ହୋଇଥିଲା । ପଣ୍ଡିତ ନିରଞ୍ଜନ ଦାଶ, ମଳୟ ଦାଶ, ସନ୍ତୋଷ ମିଶ୍ର ପୁରୋଧା ଭାବେ ଯଜ୍ଞକାର୍ଯ୍ୟ ସଂପନ୍ନ କରିଥିବାବେଳେ ଶିକ୍ଷାବିତ୍ ନିଳମଣୀ ନାୟକ ସସ୍ତ୍ରୀକ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଶ୍ରୀ ଜୀଉଙ୍କ କୃପାଭିକ୍ଷା କରିଥିଲେ। ସରପଞ୍ଚ ମନୋଜ କୁମାର ନାୟକ, ସମାଜସେବୀ ନୃସିଂହ ମହାପାତ୍ର, ଅକ୍ଷୟ ମହାରଣା, ସରୋଜ କୁମାର ନାୟକ, ସଉରି ଚରଣ ମହାନ୍ତିଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ରାମଲୀଳା ଅନୁଷ୍ଠାନର ସମସ୍ତ ସଭ୍ୟଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଥିଲା । ୩ଦିନ ଧରି ପ୍ରତ୍ୟେକ ସନ୍ଧ୍ୟାରେ ଅଯୋଧ୍ୟାର ପ୍ରେମାନନ୍ଦ ଦାସ ମହାରାଜ ପ୍ରବଚନ ଦେଇଥିବାବେଳେ ଶେଷ ସନ୍ଧ୍ୟାରେ ସାରେଗାମା ଦଳ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା ।
Comments are closed.