ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାରେ ସନ୍ଦିଗ୍ଧ ଅଟକ

ଭୁବନେଶ୍ବର: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି। ପୁରୀ-ଖୋର୍ଦ୍ଧା ସୀମାରୁ ସନ୍ଦିଗ୍ଧ ବ୍ୟକ୍ତି ଧରାପଡ଼ିଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା।

ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏତଲାରେ ଅଭିଯୁକ୍ତକୁ ଧରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ବୋଲି ପୁରୀ ଜିଲାପାଳ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତ ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଶ୍ରୀମନ୍ଦିର ରୋଷଘରେ ପଶିବା ସହ ଅନେକ ଚୁଲି ଭାଙ୍ଗି ଦେଇଥିଲେ। ଏଥିଯୋଗୁଁ ସୁଆର ସେବକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଚୁଲିଭଙ୍ଗା ଘଟଣାରେ ସମ୍ପୃକ୍ତ ଥିବା ଦୁର୍ବୁତ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି।

Comments are closed.