www.samajalive.in
Sunday, December 7, 2025
23.1 C
Bhubaneswar

ଯାଞ୍ଚ ହେବ ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ଟିମ୍। ଏଥିରେ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ଟିମ୍‌, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ ପ୍ରଶାସକ ସାମିଲ ଅଛନ୍ତି। ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ ଯାଞ୍ଚ କରାଯିବା ସହିତ ସିଂହଦ୍ୱାର ରୂପା ଛାଉଣୀ କାର୍ଯ୍ୟ କରାଯିବ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରାରେ ବାହାରିବା ପରେ କାମ ଚାଲିଛି । ସିଂହଦ୍ବାରରେ ଲାଗିଥିବା ପିତ୍ତଳ କବାଟ ହଟାଯାଇ ରୂପା ଦ୍ବାରର ଅବିକଳ ଏକ କବାଟ ଲାଗିଛି । ପ୍ଲାଇରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ଲାଗିସାରିଛି । ରୂପା କବାଟ ପାଇଁ ଫ୍ରେମ୍ ଆସିଯାଇଥିବା ବେଳେ ଶୀଘ୍ର ରୂପା କବାଟ ସିଂହଦ୍ବାରରେ ଲାଗିବ । ଏହି କବାଟ ପାଇଁ ମୁମ୍ବାଇରେ ଜଣେ ବଦାନ୍ୟ ବ୍ୟକ୍ତି ରୂପା ପ୍ରଦାନ କରିଥିବା ସୂଚନା ମିଳିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories