www.samajalive.in
Monday, December 15, 2025
24.1 C
Bhubaneswar

କୋକସରାରେ ବ୍ୟାପୁଛି ଆଖିଧରା, ଦୈନିକ ଚିହ୍ନଟ ହେଉଛନ୍ତି ଶତାଧିକ ରୋଗୀ 

ଲଡୁଗାଁ :  କୋକସରା ବ୍ଲକର  ଅନେକ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ହଷ୍ଟେଲ ଗୁଡିକରେ ରହୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟଗୁଡିକରେ ଅଧ୍ୟୟନରତ ଅନେକ ଛାତ୍ରଛାତ୍ରୀ ଆଖିଧରା ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି । ବିଶେଷ କରି ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି । ଏଥିସହ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୈନିକ ୬୦ରୁ ଅଧିକ ଆଖିଧରା ରୋଗୀ ଚିକିତ୍ସା ପାଇଁ ଆସୁଥିବା ଡାକ୍ତର ପ୍ରକାଶ କରିଛନ୍ତି। ସେହିଭଳି ଋତୁ ପରିବର୍ତ୍ତନ ହେଲେ ଆଖିଧରା ସଂକ୍ରମଣ ରୋଗ ବ୍ୟାପିଥାଏ ବୋଲି ଡାକ୍ତରଙ୍କ ମତ ରହିଛି। ଏହି ରୋଗ ପ୍ରତିରୋଧ ସଂପର୍କରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ସଂକ୍ରମିତ ରୋଗୀଙ୍କ ରୁମାଲ, ତଉଲିଆ, ତକିଆ କିମ୍ବା ସେ ବ୍ୟବହାର କରିଥିବା ଆଇ-ଡ୍ରପ ଅନ୍ୟମାନେ ବ୍ୟବହାର ନ କରିବା, ନିଜ ଚଷମାକୁ ନିୟମିତ ସଫା କରିବା, ପୋଖରୀରେ ମୁହଁ ନ ବୁଡାଇବା, ଆଖିରେ କୌଣସି ପ୍ରସାଧନ ସାମ୍ରଗୀ ବ୍ୟବହାର ନ କରିବା, ପରିଷ୍କାର କପଡ଼ା ଉଷୁମ ପାଣିରେ ପକାଇ ଆଖିକୁ ପୋଛିବା ଏବଂ କପଡାକୁ ଗରମ ପାଣି ଓ ଡିଟରଜେଣ୍ଟ ପାଉଡରରେ ଭିଜାଇବା ପରେ ନଷ୍ଟ କରିଦେବା, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର ନ କରିବା ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ  ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେନତ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories