www.samajalive.in
Sunday, December 14, 2025
19.1 C
Bhubaneswar

ଯୋରନ୍ଦାରେ ରକ୍ତଦାନ ଶିବିର, ୧୨୪ୟୁନିଟ ରକ୍ତ ସଂଗୃହୀତ

ଆଠଗଡ :  ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ, ଓଡିଶା ମୋ ପରିବାର ଏବଂ ଜୀବନବିନ୍ଦୁର ମିଳିତ ଆନୁକୁଲ୍ୟରେ ଯୋରନ୍ଦା ପଞ୍ଚାୟତରେ ରବିବାର ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୨୪ଜଣ ରକ୍ତଦାତା ରକ୍ତଦାନ କରିଥିବା ଜଣାପଡିଛି। କଟକସ୍ଥିତ ଏସସିବି ମେଡିକାଲ କଲେଜର ରକ୍ତଭଣ୍ଡାର ଡାକ୍ତରୀଦଳ ଏହି ଶିବିରରେ ରକ୍ତ ସଂଗ୍ରହ କରିଥିଲେ। ମାଧବ ସାମନ୍ତସିଂହାର ବିଦ୍ୟାପୀଠ ପରିସରରେ ସରପଞ୍ଚ କମଳା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଯୁବ ବିଜେଡି ସଂଗଠକ ତଥା ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ଉଦ୍‌‌ଘାଟନ କରିବା ସହ ରକ୍ତଦାନ ମାନବ ସେବାର ଶ୍ରେଷ୍ଠ ନିଦର୍ଶନ ବୋଲି ମତବ୍ୟକ୍ତ କରିଥିଲେ। କଟକ ଜିଲ୍ଲାରେ ରକ୍ତର ଅଭାବ ପୂରଣ ଦିଗରେ ଆଠଗଡର ଜୀବନବିନ୍ଦୁ ଏବଂ ଓଡିଶା ମୋ ପରିବାରର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଏଥିରେ ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରା, ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଯୋରନ୍ଦା ସମିତି ସଭ୍ୟ ମାନସ କୁମାର ସ୍ୱାଇଁ, ଜୀବନବିନ୍ଦୁ ଆବାହକ ରାକେଶ ଦାଶ, ପଞ୍ଚାୟତ ବିଜେଡି ସଭାପତି ହାଡିବନ୍ଧୁ ସ୍ୱାଇଁ, ଯୁବ ସଂଗଠକ ରାଜେଶ କୁମାର ବେଉରା, ଶତ୍ରୁଘ୍ନ ବେହେରା, ତପନ ସ୍ୱାଇଁ, ପ୍ରସନ୍ନ ପଞ୍ଚୁଆତି ଓ ରାକେଶ କୁମାର ବେଉରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନ କରିଥିବା ବେଳେ ସମିତିସଭ୍ୟ ମାନସ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories