ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଚାରା ରୋପଣ

 ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ରବିବାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଫଳ, ଫୁଲ ଜାତୀୟ ଏବଂ ଔଷଧୀୟ ଜାତୀୟ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଣ ଶିକ୍ଷକ କର୍ମଚାରୀ ସଂଘର ସଭାପତି ଦୁର୍ଗା ଚରଣ ହୋତା, ସମ୍ପାଦକ ବିଶ୍ଵ ବିହାରୀ ବିଷୋୟୀ, ସହ ସମ୍ପାଦକ ଏମ୍. ରାମୁ, କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ମାଝୀ, ସଦସ୍ୟ ରାଜୁ ଚାର୍ଲସ୍ , ନାରାୟଣ ରାଓ, ବାବୁଲା ବେହେରା, ମାର୍କ ବଡରହିତ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ସରିପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ୫୦ରୁ ଅଧିକ ଚାରା ରୋପଣ କରିବା ସହ ଆଗାମୀ ଦିନରେ କ୍ୟାମ୍ପସ ପରିସରରେ ବହୁ ସଂଖ୍ୟକ ଚାରା ରୋପଣ କରି କ୍ୟାମ୍ପସକୁ ଗ୍ରୀନ କ୍ୟାମ୍ପସ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସଂଘର ସଭାପତି ଶ୍ରୀ ହୋତା କହିଛନ୍ତି।

Comments are closed.