www.samajalive.in
Sunday, December 14, 2025
19.1 C
Bhubaneswar

ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା

ଗୁରୁଡିଝାଟିଆ :  ବିଜ୍ଞାନ ପୃଥିବୀକୁ ପରିବାରରେ ପରିଣତ କରି ମଣିଷର ଜୀବନଶୈଳୀକୁ ସରସ ସୁନ୍ଦର କରିପାରିଛି । ବିଶ୍ୱର ସମାସ୍ୟାକୁ ହାତମୁଠାରେ ସମାଧାନ କରି ନିଜ ପାରିବା ପଣିଆର ନିଦର୍ଶନ ଦେଖାଇଛି। ଏହା ସବୁ ବିଜ୍ଞାନ ପାଇଁ ହିଁ ସମ୍ଭବ। ଏହି ଭାବଧାରାକୁ ଅଧିକ ରୁଦ୍ଧିମନ୍ତ କରି ବିଦ୍ୟାର୍ଥୀମାନଙ୍କୁ ଅନୁସନ୍ଧିତ୍ସୁ ଦିଗରେ ଗଢିତୋଳିବାର ଆବଶ୍ୟକତା ରହିଛି ବୋଲି ଖୁଣ୍ଟୁଣୀ ସରସ୍ୱତୀ ଶିଶୁମନ୍ଦିରର ବିଜ୍ଞାନ ମେଳାକୁ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରି ସମାଜସେବୀ ମାନସ ବସ୍ତିଆ ଏହି ମତପ୍ରକାଶ କରିଛନ୍ତି।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରତିକାନ୍ତ ସାମଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବିଜ୍ଞାନ ମେଳାରେ କୁନି ବିଜ୍ଞାନୀ ମାନେ ୧୧୦ଟି ପ୍ରକଳ୍ପ କରିଥିଲେ। ବିଚାରକ ଭାବରେ ରମେଣ ଚନ୍ଦ୍ର ଦାସ, ନୃସିଂହ ବେହେରା, ସଂଜୟ ବେହେରା ଓ ସୁକାନ୍ତ ସାହୁ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବିଦ୍ୟାଳୟ ପରିଚଳାନା କମିଟି ସଭାପତି ବିକ୍ରମାନନ୍ଦ ବସ୍ତିଆ, ସଂପାଦକ ବିପିନ ବିହାରୀ ପ୍ରଧାନ ଓ ପ୍ରଧାନ ଆଚାର୍ଯ୍ୟ ସୁବାସ ରାଉଳ ଓ ସାମ୍ବାଦିକ ସଚିଦାନନ୍ଦ ପଣ୍ଡା ଅତିଥି ଭାବରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ବିଜ୍ଞାନ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ରହି ବିଜ୍ଞାନ ମେଳାରେ ସକ୍ରିୟ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସସ୍ମୀତା ରାଣୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories